୫ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଚାଲିଛି ମତଦାନ

ନୂଆଦିଲ୍ଲୀ: ଚାରୋଟି ରାଜ୍ୟର ୫ଟି ବିଧାନସଭା ଆସନରେ ଚାଲିଛି ଉପନିର୍ବାଚନ । ଗୁଜରାଟ, ପଶ୍ଚିମବଙ୍ଗ, ପଞ୍ଜାବ ଏବଂ କେରଳର ୫ଟି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ମତଦାନ ହେଉଛି । ଏହି ସମସ୍ତ ଆସନରେ ବିଜେପି-କଂଗ୍ରେସ-ଆପ୍ ମଧ୍ୟରେ କଡା ଟକ୍କର ଚାଲିଛି । କିଛି ଆସନରେ ମେଣ୍ଟରେ ଥିବା ଦଳ ଗୁଡିକ ମଧ୍ୟରେ ଟକ୍କର ହେଉଥିବା ବେଳେ ଗୁଜରାଟ ଏବଂ ପଞ୍ଜାବରେ ଆପ ଓ ବିଜେପି ମଧ୍ୟରେ ଏକ ରୋମାଞ୍ଚକର ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଛି । ଏହି ଉପନିର୍ବାଚନର ଫଳାଫଳ ଜୁନ ୨୩ରେ ପ୍ରକାଶ ପାଇବ ।
ଏହି ଉପନିର୍ବାଚନ ସମସ୍ତଙ୍କ ନଜର ପଞ୍ଜାବର ଲୁଧିଆନା ପଶ୍ଚିମ ଆସନ ଏବଂ ପଶ୍ଚିମବଙ୍ଗର କାଲିଗଞ୍ଜ ଆସନ ଉପରେ ରହିଛି । ଲୁଧିଆନାରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ଏହି ଉପନିର୍ବାଚନରେ ମୋଟ ୧୪ଜଣ ପ୍ରାର୍ଥୀ ମଇଦାନରେ ରହିଛନ୍ତି । କିନ୍ତୁ ଏଠାରେ ଆମ ଆଦମୀ ପାର୍ଟିର ନେତା ସଞ୍ଜୀବ ଅରୋରା, କଂଗ୍ରେସର ଭାରତ ଭୂଷଣ ଆଶୁ, ଅକାଳୀ ଦଳ ଏବଂ ବିଜେପିର ଜୀବନ ଗୁପ୍ତାଙ୍କ ମଧ୍ୟରେ କଡା ପ୍ରତିଦ୍ୱନ୍ଦ୍ୱିତା ହେଉଛି । ଏହି ତ୍ରିମୁଖୀ ଲଢେଇରେ ଜନତା କାହାକୁ ନିଜର ନେତା ଭାବେ ବାଛିବେ ତାହା ଜୁନ ୨୩ରେ ହିଁ ଜଣାପଡିବ ।
Powered by Froala Editor