କେଦାରନାଥ ଧାମରେ ଭୂସ୍ଖଳନ: ଦୁଇ ମୃତ, ୩ ଆହତ

କେଦାରନାଥ ଧାମ ପାଦଚଲା ରାସ୍ତାରେ ବୁଧବାର ଭୂସ୍ଖଳନ ଘଟିଛି। ଗୌରୀକୁଣ୍ଡ ଏବଂ ରାମବାଡ଼ା ମଧ୍ୟରେ ପଡ଼ୁଥିବା ଜଙ୍ଗଲ ଚଟ୍ଟି ଠାରେ କେଦାରନାଥ ଯାଉଥିବା କିଛି ତୀର୍ଥଯାତ୍ରୀଙ୍କ ଉପରେ ପାହାଡରୁ ପଥର ଖସିଛି । ଯାହା ପରେ ତୀର୍ଥଯାତ୍ରୀମାନେ ପାହାଡ଼ ତଳକୁ ଖସି ପଡିଛନ୍ତି । ଘଟଣାସ୍ଥଳରେ ୨ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଥିବା ଜଣାପଡ଼ିଛି । ଭୂସ୍ଖଳନ ପରେ ଜଣେ ବ୍ୟକ୍ତି ନିଖୋଜ ଥିବା ଜଣାପଡ଼ିଛି ଏବଂ ତାଙ୍କର ସନ୍ଧାନ ଜାରି ରହିଛି। ଉଦ୍ଧାରକାରୀ ଦଳ ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।
ସୂଚନା ଅନୁଯାୟୀ, କେଦାରନାଥ ଧାମ ପାଦଚଲା ପଥରେ ଜଙ୍ଗଲଚଟ୍ଟି ନିକଟରେ ପାହାଡ଼ ଉପରୁ ପଥର ଖସିଥିଲା। ଏହି ଭଗ୍ନାବଶେଷ ତଳେ ୬ ଜଣ ଫସି ଯାଇଥିଲେ। ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ପୁଲିସ ଏବଂ ଏନଡିଆରଏଫ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ଘଟଣା ଘଟିଥିବା ବେଳେ ସଙ୍ଗେସଙ୍ଗେ ଉଦ୍ଧାର କାମ ଆରମ୍ଭ ହୋଇଥିଲା । ଉଦ୍ଧାରକାରୀ ଟିମ୍ ୨ ତୀର୍ଥଯାତ୍ରୀଙ୍କ ମୃତଦେହ ଏବଂ ଜଣେ ଗୁରୁତରଙ୍କୁ ଉଦ୍ଧାର କରିଛନ୍ତି ।
Powered by Froala Editor