ଲକ୍ ହୋଇଗଲା ବିମାନ ଗେଟ୍, ୪୦ ମିନିଟ୍ ଫସିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ଦିଲ୍ଲୀରୁ ରାୟପୁର ଆସୁଥିବା ଇଣ୍ଡିଗୋ ବିମାନର ଗେଟ୍ ଯାନ୍ତ୍ରିକ ତ୍ରୁଟି ଯୋଗୁ ବନ୍ଦ ହୋଇଯାଇଥିଲା। ଫଳରେ ଛତିଶଗଡ଼ର ରାଜଧାନୀ ରାୟପୁରର ସ୍ୱାମୀ ବିବେକାନନ୍ଦ ବିମାନବନ୍ଦରରେ ଆତଙ୍କ ଖେଳିଯାଇଥିଲା । ବିମାନ ଅବତରଣ ପରେ ଯେତେବେଳେ ଯାତ୍ରୀମାନେ ଓହ୍ଲାଇବାକୁ ପ୍ରସ୍ତୁତ ହୋଇଛନ୍ତି ଠିକ୍ ସେତେବେଳେ ଗେଟ୍ ଲକ୍ ହୋଇଗଲା । ବିମାନରେ ଯାତ୍ରୀ ବିରକ୍ତି ପ୍ରକାଶ କରିଥିବା ବେଳେ ସେହି ବିମାନରେ ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ସମେତ ଅନେକ ଭିଆଇପି ଥିଲେ ।
ବିମାନଟି ମଙ୍ଗଳବାର ଅପରାହ୍ନ ୨:୨୫ ରେ ରାୟପୁରରେ ସୁରକ୍ଷିତ ଭାବରେ ଅବତରଣ କରିଥିଲା, କିନ୍ତୁ ଗେଟ୍ ନ ଖୋଲିବା ଯୋଗୁ ଯାତ୍ରୀମାନେ ପ୍ରାୟ ୪୦ ମିନିଟ୍ ପର୍ଯ୍ୟନ୍ତ ବିମାନରେ ଫସି ରହିଥିଲେ। ଏହି ବିମାନରେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ବିଧାୟକ ଚତୁରୀ ନନ୍ଦ ଏବଂ ରାୟପୁର ମେୟର ମୀନାଲ୍ ଚୌବେଙ୍କ ସମେତ ଶହ ଶହ ଯାତ୍ରୀ ଥିଲେ।
ମେୟର ମୀନାଲ୍ ଚୌବେ କହିଛନ୍ତି, ବିମାନଟି ରାୟପୁରରେ ସୁରକ୍ଷିତ ଭାବରେ ଅବତରଣ କରିଥିଲା, କିନ୍ତୁ କ୍ରୁ ସଦସ୍ୟମାନେ ପାଇଲଟଙ୍କଠାରୁ ଗେଟ୍ ଖୋଲିବା ପାଇଁ ଅନୁମତି ପାଇ ନଥିଲେ। ଯାନ୍ତ୍ରିକ ତ୍ରୁଟି ଯୋଗୁ ଗେଟ୍ ଖୋଲିବାର ସିଗନାଲ ପ୍ରଦର୍ଶନରେ ଦେଖାଯାଉ ନଥିଲା। ଯାହା ଯୋଗୁ ଯାତ୍ରୀମାନଙ୍କୁ ୪୦ ମିନିଟ୍ ପର୍ଯ୍ୟନ୍ତ ବିମାନ ଭିତରେ ରହିବାକୁ ପଡିଲା।
ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଶହ ଶହ ଲୋକଙ୍କ ମୃତ୍ୟୁ ଖବର ଲୋକଙ୍କୁ ଥରାଇ ଦେଇଥିଲା। ଏହି ଘଟଣା ପରେ ବିମାନ ସହିତ ଜଡିତ କୌଣସି ତ୍ରୁଟି ପାଇଁ ଯାତ୍ରୀମାନେ ଭୟଭୀତ ହୋଇଯାଇଛନ୍ତି।
Powered by Froala Editor