ବିମାନରେ ବୋମା, ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ : ଏୟାର ଇଣ୍ଡିଆ ବିମାନର ଶୁକ୍ରବାର ସକାଳେ କରାଯାଇଛି ଜରୁରୀ ଅବତରଣ। ଥାଇଲାଣ୍ଡର ଫୁକେଟରେ ଏୟାର ଇଣ୍ଡିଆର ବିମାନ ଏଆଇ-୩୭୯ର ଜରୁରୀ ଅବତରଣ କରାଯାଇଛି । ଏହି ବିମାନରେ ବୋମା ଥିବା ନେଇ ସୂଚନା ମିଳିବା ପରେ ଜରୁରୀ ଅବତରଣ କରାଯାଇଛି । ବିମାନରେ ପ୍ରାୟ ୧୫୬ ଯାତ୍ରୀ ଯାତ୍ରା କରୁଥିଲେ । ଏହି ଘଟଣା ଶୁକ୍ରବାର ସକାଳ ୯ଟା ୩୦ରେ ଘଟିଛି । ବିମାନଟି ଥାଇଲାଣ୍ଡର ଫୁକେଟରୁ ଦିଲ୍ଲୀ ଆସୁଥିଲା । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ନେଇ ସୂଚନା ମିଳିଛି।
Powered by Froala Editor