ଇନ୍ଦୋର ବିମାନବନ୍ଦରରେ ଅଭିଯୁକ୍ତଙ୍କୁ ଚାପୁଡା ମାରିଲେ ଯାତ୍ରୀ

ନୂଆଦିଲ୍ଲୀ: ଇନ୍ଦୋର ବିମାନବନ୍ଦରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ରାଜା ରଘୁବଂଶୀ ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତଙ୍କୁ ସେଠାରୁ ନିଆଯାଉଥିବା ବେଳେ ଜଣେ ଯାତ୍ରୀ ହଠାତ ଆସି ଅଭିଯୁକ୍ତଙ୍କୁ ଚାପୁଡା ମାରିଥିଲେ । ଏହି ଘଟଣାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ମେଘାଳୟ ପୁଲିସ ଅଭିଯୁକ୍ତ ରାଜ କୁଶୱାହାଙ୍କୁ ଅଧିକ ତଦନ୍ତ ପାଇଁ ଇନ୍ଦୋର ବିମାନବନ୍ଦରକୁ ନେଉଥିବା ବେଳେ ହଠାତ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିଲା । ଜଣେ ଯାତ୍ରୀ ହଠାତ ଆସି ଅଭିଯୁକ୍ତଙ୍କୁ ଶକ୍ତ ଚାପୁଡା ମାରିଥିଲେ ।
ସୂଚନା ଅନୁଯାୟୀ ମେଘାଳୟ ପୁଲିସ ରାଜା ରଘୁବଂଶୀ ହତ୍ୟାକାଣ୍ଡ ମାମଲାରେ ଚାରି ଅଭିଯୁକ୍ତଙ୍କୁ ନେଇ ବିମାନବନ୍ଦରରେ ପ୍ରବେଶ କରୁଥିଲେ । ଏହି ସମୟରେ ଜଣେ ଯାତ୍ରୀ ସେଠାରେ ଛିଡା ହୋଇଥିବା ବେଳେ ଅଭିଯୁକ୍ତଙ୍କ ନିକଟକୁ ଆସି ଶକ୍ତ ଚାପୁଡା ମାରିଥିଲେ । ହତ୍ୟାକାଣ୍ଡ ଉପରେ ନିଜର କ୍ରୋଧ ପ୍ରକାଶ କରିବା ସହ ଯାତ୍ରୀ ଜଣଙ୍କ ଏଭଳି କରିଥିଲେ ।
ଅଭିଯୁକ୍ତମାନେ ମୁହଁରେ କଳା କପଡା ପିନ୍ଧିଥିଲେ, ତେଣୁ ୪ଜଣଙ୍କ ମଧ୍ୟରୁ କାହାକୁ ଚାପୁଡା ମାରିଲେ ତାହା ସ୍ପଷ୍ଟ ହୋଇନି । ତେବେ ରାଜଙ୍କୁ ଚାପୁଡା ମାରିଥିବା ଉପସ୍ଥିତ ଯାତ୍ରୀ କହିଛନ୍ତି । ରାଜା ରଘୁବଂଶୀ ମାମଲାରେ ପୁଲିସ ୫ଜଣଙ୍କୁ ଗିରଫ କରିଛି ପଚାଉଚରା କରୁଛି । ସେଥିରେ ସୋନମ୍ ରଘୁବଂଶୀ, ତାଙ୍କ ବନ୍ଧୁ ରାଜ କୁଶୱାହାଙ୍କ ସମେତ ଅନ୍ୟ ତିନି ଅଭିଯୁକ୍ତଙ୍କୁ ମଧ୍ୟ ସାମିଲ ରହିଛନ୍ତି । ସୋନମ୍ ତାଙ୍କ ବନ୍ଧୁଙ୍କ ସହ ମିଶି ରାଜାଙ୍କୁ ହତ୍ୟା କରିଥିବା ପୁଲିସ ତଦନ୍ତରୁ ଜଣାପଡିଛି । ବାହାଘର ପରେ ହନିମୁନ ପାଇଁ ମେଘାଳୟକୁ ଯାଇଥିବା ବେଳେ ଏପରି ଷଡଯନ୍ତ୍ର ରଚିଥିଲେ ସୋନମ୍ ।
Powered by Froala Editor