ସର୍ଚ୍ଚ ଅପରେସନରେ ଟଳିଲେ ୭ ମାଓବାଦୀ, ମୃତକ ଭିତରେ ଅଛି ମୋଷ୍ଟ ୱାଣ୍ଟେଡ ଭାସ୍କର

ଛତିଶଗଡ଼ ବିଜାପୁର ଜିଲାର ନ୍ୟାସନାଲ ପାର୍କ ଜଙ୍ଗଲରେ ୩ ଦିନ ଧରି ଚାଲିଥିବା ବଡ଼ ଧରଣର ସର୍ଚ୍ଚ ଅପରେସନରେ ଯବାନଙ୍କ ଗୁଳିରେ ୭ ମାଓବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨ ଜଣ ବରିଷ୍ଠ ମାଓବାଦୀ ନେତା ରହିଛନ୍ତି। ମୃତ ମାଓବାଦୀଙ୍କ ମଧ୍ୟରେ ସିସିଏମ୍ ଗୌତମ ସୁଧାକର ରହିଥିବା ବେଳେ ତେଲେଙ୍ଗାନା ଷ୍ଟେଟ କମିଟି ସଦସ୍ୟ ଭାସ୍କରଙ୍କ ମୃତ୍ୟୁ ଘଟିଛି। ଚିହ୍ନଟ ହୋଇ ନ ଥିବା ଆଉ ୫ ଜଣଙ୍କ ପରିଚୟ ଖୋଜା ଚାଲିଛି।
ତେଲଙ୍ଗାନା ଏବଂ ଛତିଶଗଡ଼ ସରକାରଙ୍କ ପକ୍ଷରୁ ସୁଧାକର ନାମରେ ୪୦ ଲକ୍ଷର ପୁରସ୍କାର ରହିଥିବାବେଳେ ଭାସ୍କର ମୁଣ୍ଡରେ ୪୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା।
ଜୁନ ୫ ତାରିଖରେ କେନ୍ଦ୍ରୀୟ କମିଟି ସଦସ୍ୟ ସୁଧାକର ଓରଫ ଗୌତମ ନିହତ ହୋଇଥିଲେ। ଏହା ପରେ, ଜୁନ ୬ ତାରିଖରେ ତେଲେଙ୍ଗାନା ରାଜ୍ୟ କମିଟି ସଦସ୍ୟ ଭାସ୍କର ନିହତ ହୋଇଥିବା ସୂଚନା ମିଳିଛି। ଜୁନ ୬ ତାରିଖ ସାରେ ହୋଇଥିବା ଏନ୍କାଉଣ୍ଟରରେ ପୁଣି ୩ଜଣ ମାଓବାଦୀ ନିହତ ହୋଇଛନ୍ତି।
ବସ୍ତର ପୁଲିସ ଆଇଜି ପି. ସୁନ୍ଦରରାଜ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗତ ୪, ୫ ଓ ୬ ତାରିଖ ୩ ଦିନ ଧରି ନ୍ୟାସନାଲ ପାର୍କ ଜଙ୍ଗଲରେ ସର୍ଚ୍ଚ ଅପରେସନ ସମୟରେ ମାଓବାଦୀଙ୍କ ସହିତ ଗୁଳିବିନିମୟ ଘଟିଥିଲା। ଏହି ଗୁଳିବିନିମୟ ସମୟରେ ୭ ମାଓବାଦୀଙ୍କ ମୃତ୍ୟୁ ଘଟିଛି।
Powered by Froala Editor