ରେଖା ଗୁପ୍ତାଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ହତ୍ୟା ଧମକ ମିଳିଥିବା ଜଣାପଡିଛି। ଗୁରୁବାର ରାତି ୧୧ଟାରେ ଗାଜିଆବାଦ ଥାନାକୁ ଏ ସମ୍ପର୍କିତ ଫୋନ୍ କଲ ଆସିଥିବାବେଳେ ତୁରନ୍ତ ଏ ସମ୍ପର୍କରେ ଦିଲ୍ଲୀ ପୁଲିସକୁ ଅବଗତ କରାଯାଇଥିଲା। ଦିଲ୍ଲୀର କୋଟୱାଲି ଥାନା ଅଞ୍ଚଳରୁ ଏହି ଫୋନ ଆସିଥିବା ଟ୍ରାକିଂରୁ ଜଣାପଡିଥିଲା। ତେବେ ହତ୍ୟା ଧମକ ଦେଇଥିବା ବ୍ୟକ୍ତି ଜଣକ ଫୋନ ସୁଇଚ୍ ଅଫ୍ ରଖିଥିବାରୁ ଅଭିଯୁକ୍ତକୁ ଗିରଫ କରିବା ସମ୍ଭବ ହୋଇପାରିନାହିଁ। ରେଖା ଗୁପ୍ତା ଇତିମଧ୍ୟରେ ୧୦୦ ଦିନ ପୂରଣ କରିଥିବାବେଳେ ପ୍ରଥମ ଥର ଏଭଳି ଧମକ ପାଇଛନ୍ତି।
Powered by Froala Editor