ନାସା ଜାରି କଲା ସୂର୍ଯ୍ୟଙ୍କ ଫଟୋ, ସାମ୍ନାକୁ ଆସିଲା ଅଜବ ଦୃଶ୍ୟ

ନୂଆଦିଲ୍ଲୀ: ସୂର୍ଯ୍ୟଙ୍କ ସଦ୍ୟତମ ଫଟୋ ଜାରି କରିଛି ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା। ଯେଉଁ ଫଟୋଟିରେ ସୂର୍ଯ୍ୟଙ୍କର ଏକ ଅଜବ ଦୃଶ୍ୟ ସାମ୍ନାକୁ ଆସିଛି। ସୂର୍ଯ୍ୟଙ୍କ ପୃଷ୍ଠରେ ଏକ ବିଶାଳ ମୁହଁ ସଦୃଶ ଗର୍ତ୍ତ ଦେଖିବାକୁ ମିଳିଛି, ଯାହାର ଆକାର ୫ଟି ବୃହସ୍ପତି ଗ୍ରହର ଆକାର ସହିତ ସମାନ। ଏହା ସହିତ ୨ଟି ଆଖି ମଧ୍ୟ ଦେଖିବାକୁ ମିଳିଛି। ଏହି ଗର୍ତ୍ତକୁ କୋରୋନଲ ହୋଲ କୁହାଯାଏ, ଯାହା ସୂର୍ଯ୍ୟଙ୍କ ଗରମ ପବନକୁ ମହାକାଶକୁ ଛାଡ଼ିଥାଏ।
ଗତ ୪ ତାରିଖରେ ନାସାର ସୋଲାର ଡାଇନାମିକ୍ସ ଅବଜର୍ବେଟୋରି(ଏସଡିଓ) ଦ୍ଵାରା ଏହି ଫଟୋ ଉତ୍ତୋଳନ କରାଯାଇଛି। ଫଟୋରେ ସୂର୍ଯ୍ୟଙ୍କ ଦକ୍ଷିଣ ପାର୍ଶ୍ବରେ ବିଶାଳ ମୁହଁ ପରି ଗର୍ତ୍ତ ରହିଛି। ଉତ୍ତର ପାର୍ଶ୍ବରେ ୨ଟି ଆଖି ଭଳି ଗର୍ତ୍ତ ରହିଛି। ଦୃଶ୍ୟକୁ ଦେଖିଲେ ଏପରି ଲାଗୁଛି, ଯେପରି ସୂର୍ଯ୍ୟ ଚିତ୍କାର କରୁଛନ୍ତି ବା ବିଚଳିତ ଅବସ୍ଥାରେ ରହିଛନ୍ତି।
Powered by Froala Editor