ଟ୍ରମ୍ପଙ୍କ ଆଗତ ଟିକସ ବିଲ୍କୁ ମସ୍କଙ୍କ ତୀବ୍ର ସମାଲୋଚନା

ଓ୍ବାଶିଂଟନ: ଟେସ୍ଲା ମୁଖ୍ୟ ଏଲନ ମସ୍କ ଏବେ ଖୋଲାଖୋଲି ଭାବରେ ଟ୍ରମ୍ପ ପ୍ରଶାସନକୁ ବିରୋଧ କରୁଛନ୍ତି। ଟ୍ରମ୍ପ ପ୍ରଶାସନ ଦ୍ୱାରା ଆଗତ ଟିକସ ବିଲ୍କୁ ମସ୍କ ତୀବ୍ର ସମାଲୋଚନା କରିଛନ୍ତି। ନିକଟରେ ମସ୍କ ସରକାରୀ ଦକ୍ଷତା ବିଭାଗର ମୁଖ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ଟ୍ରମ୍ପ ପ୍ରଶାସନର ଟିକସ ବିଲ୍ ବିରୋଧରେ ପ୍ରତିବାଦ କରି ସେ ସରକାରଙ୍କ ସହ ସମ୍ପର୍କ ଛିନ୍ନ କରିଥିବା କୁହାଯାଉଛି। ଏବେ ସରକାରରୁ ଅଲଗା ହେବାପରେ ମସ୍କ ଲଗାତର ଭାବେ ଟିକସ ବିଲ୍ ବିରୋଧରେ ଟ୍ୱିଟ୍ କରୁଛନ୍ତି।
Powered by Froala Editor