୩୦ ଜୁନ ପର୍ଯ୍ୟନ୍ତ ଚାଲିବ “ଅପରେଶନ ସିନ୍ଦୂର” ପ୍ରବନ୍ଧ ପ୍ରତିଯୋଗିତା

ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ “ଅପରେଶନ ସିନ୍ଦୂର” ଉପରେ ଏକ ଜାତୀୟ ସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତାର ଆୟୋଜନ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରାଳୟ ୧ ଜୁନ ରବିବାର ଏ ନିବନ୍ଧ (ଏସେ) ପ୍ରତିଯୋଗିତା ଘୋଷଣା କରିଛନ୍ତି। ଏହି ପ୍ରତିଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୁବପିଢ଼ିଙ୍କ ମଧ୍ୟରେ ଭାରତୀୟ ସେନାର ଐତିହାସିକ କାର୍ଯ୍ୟକଳାପ ଏବଂ ଦେଶର ସୁରକ୍ଷା ପାଇଁ ତାଙ୍କର ଅବଦାନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା।
ଏହି ପ୍ରତିଯୋଗିତା ୧ରୁ ୩୦ ଜୁନ ପର୍ଯ୍ୟନ୍ତ ଚାଲିବ। ମନ୍ତ୍ରାଳୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଏ ନେଇ ସୂଚନା ଦେଇଛନ୍ତି। ଏଥିରୁ ୩ ଜଣ ବିଜେତାଙ୍କୁ ବଛା ଯିବ ଓ ପ୍ରତ୍ୟେକଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ନଗଦ ପୁରସ୍କାର ମିଳିବ। ଏହାଛଡା ବିଜେତାମାନଙ୍କୁ ଆଗାମୀ ୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲ କିଲ୍ଲାରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ସାମିଲ କରାଯିବ।
“ଅପରେଶନ ସିନ୍ଦୂର” ହେଉଛି ଭାରତୀୟ ସେନାର ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯାନ, ଯାହା ଦେଶର ସୁରକ୍ଷା ଓ ସାର୍ବଭୌମତ୍ୱ ରକ୍ଷା କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହି ପ୍ରତିଯୋଗିତା ମାଧ୍ୟମରେ ଛାତ୍ରଛାତ୍ରୀ ଏବଂ ଯୁବକମାନଙ୍କୁ ଏହି ଅଭିଯାନର ଐତିହାସିକ ମହତ୍ତ୍ୱ ଏବଂ ଏହାର ପ୍ରଭାବ ଉପରେ ଚିନ୍ତନ କରିବାକୁ ପ୍ରୋତ୍ସାହିତ କରାଯାଉଛି।
ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ପ୍ରତିଯୋଗିତାରେ ଭାଗ ନେବା ପାଇଁ ଆଗ୍ରହୀ ପ୍ରାର୍ଥୀମାନେ ପ୍ରତିରକ୍ଷା ମନ୍ତ୍ରଣାଳୟର ଅଫିସିଆଲ ଓ୍ୱେବସାଇଟରେ ଉପଲବ୍ଧ ନିର୍ଦ୍ଦେଶାବଳୀ ଅନୁସରଣ କରି ନିଜର ପ୍ରବନ୍ଧ ଦାଖଲ କରିପାରିବେ। ବିଜେତାଙ୍କ ନାମ ଘୋଷଣା ଏବଂ ପୁରସ୍କାର ବିତରଣ ସ୍ୱାଧୀନତା ଦିବସ ପୂର୍ବରୁ କରାଯିବ। ଏହି ପ୍ରତିଯୋଗିତାରେ ଭାଗ ନେଇପାରନ୍ତି ୧୫ରୁ ୩୦ ବର୍ଷ ବୟସର ଭାରତୀୟ ନାଗରିକ। ଏଥି ପାଇଁ https://www.mygov.in/task/essay-competition-topic-operation-sindoor-redefining-indias-policy-against-terrorism/ ଲିଂକକୁ ଯିବାକୁ ପଡିବ। ହିନ୍ଦୀ ନଚେତ ଇଂରାଜୀରେ ନିବନ୍ଧ ଲେଖାଯାଇ ପାରିବ।
Powered by Froala Editor