ଉତ୍ତରପ୍ରଦେଶରେ ଝଡ଼ବର୍ଷା ତାଣ୍ଡବ, ୫୧ ମୃତ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ତାଣ୍ଡବ ରଚିଲା ଝଡ଼ବର୍ଷା। ବୁଧବାର ରାତିରୁ ଗୁରୁବାର ସକାଳ ପର୍ଯ୍ୟନ୍ତ ପ୍ରାୟ ସମଗ୍ର ରାଜ୍ୟରେ ପ୍ରବଳ ଝଡ଼ ବର୍ଷା ହୋଇଛି। ଏହି ସମୟରେ ଗଛ ଏବଂ କାନ୍ଥ ପଡ଼ିବାସହ ବଜ୍ରପାତ ଭଳି ବିପର୍ଯ୍ୟୟ କାରଣରୁ ୫୧ ଜଣଙ୍କର ମୃତ୍ୟୁ ଘଟିଛି। ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିଯିବାରୁ ବିଜୁଳି ଯୋଗାଣ ବାଧାପ୍ରାପ୍ତ ହୋଇଛି। ବୁଲନ୍ଦସହରରେ ଘଣ୍ଟା ପ୍ରତି ୮୯ କିମି ଏବଂ ମିରଟରେ ଘଣ୍ଟା ପ୍ରତି ୮୦ କିଲୋମିଟର ବେଗରେ ଝଡ଼ ପବନ ବହିଥିଲା। ଆଗ୍ରା, ଅଲିଗଡ଼ ଅଞ୍ଚଳ ସହିତ ରାଜ୍ୟର ଅନ୍ୟାନ୍ୟ ପୂର୍ବାଞ୍ଚଳରେ ମଧ୍ୟ ୫୦ରୁ ୮୦ କିମି ବେଗରେ ପବନ ବହିଥିଲା। ଏହା ଯୋଗୁଁଁ ଅନେକ ଅଞ୍ଚଳରେ ଘରର ଟିଣ ଛାତ ଏବଂ ନଡ଼ା ଛପର ଉଡ଼ାଇ ନେଇଛି।
Powered by Froala Editor