କାଲିଫର୍ନିଆରେ ବିମାନ ଦୁର୍ଘଟଣା, ଜଳିଗଲେ ସମସ୍ତ ଯାତ୍ରୀ

ଆମେରିକାର କାଲିଫର୍ନିଆରେ ଗୁରୁବାର ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି । ଫଳରେ ଏଥିରେ ଥିବା ସମସ୍ତ ଯାତ୍ରୀ ଜିଅନ୍ତା ଜଳି ଯାଇଛନ୍ତି । ବିମାନଟି ଏକ ଆବାସିକ ଅଂଚଳ ଉପରେ ପଡ଼ିଯାଇଥିଲା । କାଲିଫର୍ନିଆର ସାନ ଡିଏଗୋ ନିକଟରେ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ପ୍ରାୟ ୧୫ଟି ଘର ଏବଂ ଅନେକ ଯାନରେ ନିଆଁ ଲାଗିଯାଇଥିଲା।
ସୂଚନା ଅନୁସାରେ ଗୁରୁବାର କାଲିଫର୍ନିଆର ସାନ ଡିଏଗୋ ନିକଟରେ ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ପ୍ରାୟ ୧୫ଟି ଘର ଏବଂ ଅନେକ ଯାନବାହନରେ ନିଆଁ ଲାଗିଯାଇଥିଲା। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ଦୁର୍ଘଟଣା ଆମେରିକୀୟ ସେନାର ସବୁଠାରୁ ବଡ଼ ଆବାସିକ ଅଞ୍ଚଳରେ ଘଟିଛି।
ସ୍ଥାନୀୟ ଅଧିକାରୀମାନେ କହିଛନ୍ତି, ‘ସାନ ଡିଏଗୋ ନିକଟରେ କୁହୁଡ଼ିରେ ହଠାତ୍ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏବଂ ଆବାସିକ ଅଞ୍ଚଳର ଘରଗୁଡ଼ିକ ଉପରେ ଆକାଶରୁ ପଡ଼ିଥିଲା। ‘ଅଧିକାରୀମାନେ କହିଛନ୍ତି, ପ୍ରାୟ ୧୦ଟି ଘରେ ନିଆଁ ଲାଗିଯାଇଥିଲା, କିନ୍ତୁ ସେତେବେଳେ ଘରେ କେହି ଉପସ୍ଥିତ ନଥିଲେ। ବିମାନରେ ଥିବା ପ୍ରାୟ ସମସ୍ତ ଲୋକଙ୍କର ମୃତ୍ୟୁ ହୋଇଛି। କୁହାଯାଉଛି ଯେ,ଏହି ବିମାନରେ ୮ରୁ ୧୦ ଜଣ ଲୋକ ଥାଇପାରନ୍ତି। ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଘରଗୁଡ଼ିକୁ ଖାଲି କରିଦେଇଛନ୍ତି। ୧୦୦ରୁ ଅଧିକ ସ୍ଥାନୀୟ ଲୋକଙ୍କୁ ନିକଟସ୍ଥ ଏକ ସ୍କୁଲକୁ ନିଆଯାଇଛି।
ସୂଚନାଥାଉକି, ଏହି ଅଞ୍ଚଳରେ ପୂର୍ବରୁ ଅନେକ ବିମାନ ଦୁର୍ଘଟଣା ଘଟିଛି। ଅକ୍ଟୋବର ୨୦୨୧ରେ ସାନ ଡିଏଗୋରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ପାଇଲଟ୍ ଏବଂ ଜଣେ UPS ଡେଲିଭରି ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା । ଡିସେମ୍ବର ୨୦୦୮ରେ ସାନ ଡିଏଗୋର ୟୁନିଭର୍ସିଟି ସିଟି ଅଞ୍ଚଳରେ ଏକ ମାରିନ୍ କର୍ପସ୍ ଲଢ଼ୁଆ ବିମାନ ଏକ ଘର ସହିତ ଧକ୍କା ଖାଇ ଚାରି ଜଣଙ୍କର ମୃତ୍ୟୁ ହୋଇଥିଲା।
Powered by Froala Editor