ମାଛ ଧରିବାବେଳେ ବୁଡିଗଲା ଡଙ୍ଗା, ଦୁଇ ମୃତ, ଜଣେ ନିଖୋଜ
ଦେବଗଡ: ରେଙ୍ଗାଲି ଡ୍ୟାମ୍ରେ ମାଛ ଧରିବାବେଳେ ବୁଡିଗଲା ଡଙ୍ଗା। ଦୁଇ ଛୁଆ ମୃତ, ମା ନିଖୋଜ । କୁଣ୍ଢେଇଗୋଳା ଥାନା ତଲେଇସର ଡ୍ୟାମ୍ ନିକଟରେ ଏଭଳି ଅଘଟଣ ଘଟିଛି । ବିଳମ୍ବିତ ରାତିରେ ବାପା ମାଆ ଦୁଇ ଛୁଆଙ୍କୁ ଧରି ଡ୍ୟାମ୍ କୁ ମାଛ ଧରିବାକୁ ଆସିଥିଲେ। ଦୁଇ ମୃତ ଶିଶୁଙ୍କ ମଧ୍ୟରେ ଜଣେ ୬ ବର୍ଷ ଏବଂ ଅନ୍ୟ ଜଣେ ୩ ବର୍ଷର ବୋଲି ସୂଚନା ମିଳିଛି। ଡଙ୍ଗା ବୁଡିବା ପରେ ବାପା ଗୋଟେ ପୁଅକୁ ଧରି କୂଳକୁ ଆସିଥିଲେ। ପରେ ପୁଅର ମୃତ୍ୟୁ ଘଟିଥିବା ସେ ଜାଣିପାରିଥିଲେ। ଦୁଇ ପୁଅର ମୃତଦେହ ଉଦ୍ଧାର ହୋଇଥିବାବେଳେ ଏବେ ବି ମହିଳା ଜଣକ ନିଖୋଜ ଅଛନ୍ତି।
Powered by Froala Editor