ଶିଳ୍ପା ଶିରୋଡକର କୋଭିଡ୍ ପଜିଟିଭ୍

ସିଙ୍ଗାପୁର-ହଂକଂ ଏବଂ ଚୀନ୍ ସମେତ ଅନେକ ଦେଶରେ ପୁଣି ଥରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି। ଏବେ ବିଗ୍ ବସ୍ ଫେମ୍ ଶିଳ୍ପା ଶିରୋଡକର ମଧ୍ୟ କୋଭିଡ୍ର ଶିକାର ହୋଇଥିବା ଜଣାପଡ଼ିଛି। ସେ କୋଭିଡ୍ -୧୯ ପରୀକ୍ଷା କରି ପଜିଟିଭ୍ ଅଛନ୍ତି ବୋଲି ତାଙ୍କ ପୋଷ୍ଟରେ ପ୍ରକାଶ କରିଛନ୍ତି।
ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଶିଳ୍ପା ଏକ ନୋଟ୍ ସେୟାର କରିଥିଲେ। ଯେଉଁଥିରେ ଲେଖାଥିଲା, "ନମସ୍କାର ! ମୋର କୋଭିଡ୍ ପଜିଟିଭ୍ ପରୀକ୍ଷା ହୋଇଛି ଓ ମୁଁ ପଜିଟିଭ୍ ଚିହ୍ନଟ ହୋଇଛି। ସୁରକ୍ଷିତ ରୁହନ୍ତୁ ଏବଂ ସମସ୍ତେ ମାସ୍କ ପିନ୍ଧନ୍ତୁ! - ଶିଳ୍ପା ସିରୋଡକର।" କ୍ୟାପସନରେ ସେ ଲେଖିଛନ୍ତି, "ସୁରକ୍ଷିତ ରୁହନ୍ତୁ।"
ବି. ଟାଉନର କଳାକାର ଚୁମ୍ ଡାରଙ୍ଗ, ସୋନାକ୍ଷୀ ସିହ୍ନା ପ୍ରମୁଖ କଳାକାର ଶିଳ୍ପାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଶିଳ୍ପା ଏପରି ଏକ ସମୟରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି ଯେତେବେଳେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କୋଭିଡ୍ ମାମଲା ବୃଦ୍ଧି ଉପରେ କଡ଼ା ନଜର ରଖିଛନ୍ତି, ବିଶେଷକରି ଦକ୍ଷିଣ-ପୂର୍ବ ଏସିଆରେ ବୃଦ୍ଧି ପାଉଥିବା କରୋନା ମାମଲା ଚିନ୍ତାଜନକ।
ବର୍ତ୍ତମାନ, ସିଙ୍ଗାପୁର ଏକ ନୂତନ ହଟସ୍ପଟ୍ ଭାବରେ ଉଭା ହୋଇଛି, ଯେଉଁଠାରେ ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ସଂକ୍ରମଣ ମାମଲା 28 ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି।
Powered by Froala Editor