ଅପରେସନ ସିନ୍ଦୂରର ଭିଡ଼ିଓ ଜାରି କଲା ଭାରତୀୟ ବାୟୁସେନା

ନୂଆଦିଲ୍ଲୀ: ଅପରେସନ ସିନ୍ଦୂରର ଏକ ଭିଡ଼ିଓ ଜାରି କରିଛି ଭାରତୀୟ ବାୟୁସେନା । ପହଲଗାଓଁ ଆକ୍ରମଣରେ ୨୬ଜଣ ନୀରିହଙ୍କୁ ହତ୍ୟା କରିବାର ପ୍ରତିଶୋଧ ନେବାକୁ ସ୍ଥଳସେନା ସହିତ ବାୟୁସେନା ମିଳିତ ଭାବେ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା । ଆତଙ୍କୀଙ୍କୁ ଧୂଳି ଚଟାଇବା ପାଇଁ ବାୟୁସେନା ସର୍ବଦା ପ୍ରସ୍ତୁତ ଥିବା ଭିଡ଼ିଓରୁ ଜଣାପଡିଛି । ଅପରେସନ ସିନ୍ଦୂରକୁ ନେଇ ଏକ ଭିଡ଼ିଓ ଜାରି କରିଛି ବାୟୁସେନା । ଏହି ଭିଡ଼ିଓରେ ବାୟୁସେନାର ବୀର ଯବାନଙ୍କ ସାହସିକତାର ଗାଥା ବର୍ଣ୍ଣନା କରାଯାଇଛି । ଭିଡ଼ିଓରେ ଶତ୍ରୁମାନଙ୍କୁ ଚେତାବନୀ ମଧ୍ୟ ଦିଆଯାଇଛି । ବାୟୁସେନାର ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ଏକ ମିନିଟ୍ ୧୨ସେକେଣ୍ଡର ଭିଡ଼ିଓ ଅପଲୋଡ କରାଯାଇଛି ।
Powered by Froala Editor