ଭୂମିକମ୍ପ: ଥରିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ : ଭୂମିକମ୍ପ ଝଟକାରେ ଥରିଲା ଆଫଗାନିସ୍ତାନ । ଏନ୍ସିଏସ୍ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ସୋମବାର ସକାଳେ ଆଫଗାନିସ୍ତାନରେ ୪.୨ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଗତ ୪ ଦିନରେ ଏହା ଦେଶରେ ଆସିଥିବା ୪ର୍ଥ ଭୂକମ୍ପ । ଏକ୍ସରେ ଏନେଇ ସବିଶେଷ ତଥ୍ୟ ଶେୟାର କରାଯାଇଛି ।
ଭାରତୀୟ ସମୟାନୁସାରେ ସକାଳ ୮ଟା ୫୪ରେ ଭୂମି ଠାରୁ ୧୪୦ କିମି ଗଭୀରରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଏଥିରେ କୌଣସି କ୍ଷୟକ୍ଷତିର ସୂଚନା ଏଯାଏଁ ମିଳି ନାହିଁ ।
Powered by Froala Editor