ଆତଙ୍କବାଦୀ ଆଡ୍ଡା ଧ୍ୱଂସ କରୁଥିବାର ପୁଣି ଏକ ଭିଡିଓ ଜାରି କଲା ସେନା
ଭାରତୀୟ ସେନାର ପଶ୍ଚିମ କମାଣ୍ଡ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରିଛି। ଏହି ଭିଡିଓରେ ସେନାର ସୈନିକମାନେ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ସମ୍ପୂର୍ଣ୍ଣ ଧ୍ୱଂସ କରୁଥିବାର ଦେଖିବାକୁ ମିଳୁଛି। ତେବେ ସେନା ସ୍ପଷ୍ଟ କରିଦେଇଛି ଯେ ‘ଅପରେସନ ସିନ୍ଦୂର’ ପହଲଗାମ ଆତଙ୍କୀ କାଣ୍ଡର ପ୍ରତିଶୋଧ ନୁହେଁ ବରଂ ନ୍ୟାୟ ଥିଲା। ୫୪ ସେକେଣ୍ଡ ଭିଡିଓର ପ୍ରାରମ୍ଭ ୱେଷ୍ଟର୍ଣ୍ଣ କମାଣ୍ଡ ଜବାନଙ୍କଠାରୁ ଆରମ୍ଭ ହେଉଛି, ଯେଉଁଥିରେ ସେନା ଜବାନଙ୍କୁ ଆକ୍ସନ ମୋଡରେ ଦେଖାଯାଉଛି।
ଭିଡିଓରେ ପାକ୍ ସେନାଙ୍କୁ ସେମାନଙ୍କ ପୋଷ୍ଟ ଛାଡି ପଳାୟନ କରୁଥିବାର ଦେଖାଯାଇଛି। ଏଥରେ ଏପରି ବୁଦ୍ଧି ଶିଖାଯିବ ଯେ ପାକିସ୍ତାନ ସେନା ପିଢୀ ପରେ ପିଢୀ ଧରି ମନେ ରଖିବ ବୋଲି ଭାରତୀୟ ସେନା କହିଛି। ସେନା କହିଛି ଯେ ଅପରେସନ ସିନ୍ଦୂର କେବଳ ଏକ କାର୍ଯ୍ୟାନୁଷ୍ଠାନ ନୁହେଁ ପାକିସ୍ତାନ ଲାଗି ଏକ ଶିକ୍ଷା ମଧ୍ୟ ।
ଉଲ୍ଲେଖଯୋଗ୍ୟ ଯେ ଏପ୍ରିଲ ୨୨ ତାରିଖ ଦିନ ଜମ୍ମୁ-କାଶ୍ମୀର ପହଲଗାମରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କୁ ସେମାନଙ୍କ ଧର୍ମ ପଚାରି ଗୁଳି କରିଥିଲେ। ଫଳରେ ଜଣେ ନେପାଳୀ ପର୍ଯ୍ୟଟକଙ୍କ ସମେତ ମୋଟ ୨୬ ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିଲେ। ଏହି ଘଟଣା ସାରା ଦେଶକୁ ଦୋହଲାଇ ଦେଇଥିଲା। ପ୍ରଧାନମନ୍ତ୍ରୀ ଏହାର କଡା ଜବାବ ଦିଆଯିବ ବୋଲି କହିଥିଲେ। ଏଥିରେ ୭ ମେ ବିଳମ୍ବିତ ରାତ୍ରିରେ ଭାରତୀୟ ବାୟୁସେନା (ଆଇଏଏଫ) ପକ୍ଷ ଭାରତୀୟ ସୀମାରୁ ୧୦୦ ମାଇଲ ପାକିସ୍ତାନ ଭିତରକୁ ଆକ୍ରମଣ କରାଯାଇଥିଲା। ଏହି କାର୍ଯ୍ୟାନୁଷ୍ଠାନରେ ୧୦୦ରୁ ଅଧିକ ଆତଙ୍କବାଦୀ ପ୍ରାଣ ହରାଇଥିଲେ। ଅପରେସନ ସିନ୍ଦୂର ପରେ, ପାକିସ୍ତାନ ନିରନ୍ତର ଡ୍ରୋନ୍ ଏବଂ ମିସାଇଲ୍ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। ଯାହାର ଭାରତୀୟ ସେନା ଉପଯୁକ୍ତ ଜବାବ ମଧ୍ୟ ଦେଇଥିଲେ।
Powered by Froala Editor