ଅଗଷ୍ଟ ୨ରୁ ରମାଦେବୀ ବିଶ୍ୱବିଦ୍ୟାଳୟ ୟୁଜି ପରୀକ୍ଷା
ଭୁବନେଶ୍ୱର: କରୋନା ପାଇଁ ପାଠପଢା ଗୁରୁତରଭାବେ ବାଧାପ୍ରାପ୍ତ ହୋଇଛି । କଲେଜ ଓ ବିଶ୍ୱବିଦ୍ୟାଳୟ ସବୁ ବନ୍ଦ ରହିବା ପରେ ଅନଲାଇନ ଯୋଗେ ପାଠପଢା ହୋଇଥିଲା । ଏବେ ଧୀରେ ଧୀରେ ସଂକ୍ରମଣ କରିବା ପରେ ସରକାର ପରୀକ୍ଷା ଉପରେ ଗୁରୁତ୍ୱ ଦେଉଛନ୍ତି । ଏହି ପରିପ୍ରେକ୍ଷୀରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସ୍ନାତକ(ୟୁଜି) ଶେଷବର୍ଷ ଶେଷ ସେମିଷ୍ଟର୍ ପରୀକ୍ଷା ଅଗଷ୍ଟ ୨ରୁ ଆରମ୍ଭ ହେବ । ଯାହା ୧୧ ତାରିଖରେ ସରିବ । ସେହିପରି ପ୍ରାକ୍ଟିକାଲ୍ ପରୀକ୍ଷା ଚଳିତ ମାସ ୨୭ରେ ଆରମ୍ଭ ହୋଇ ୨୯ରେ ସରିବ । ସ୍ନାତକୋତ୍ତର ବା ପିଜି ଚତୁର୍ଥ ସେମିଷ୍ଟର୍ ପରୀକ୍ଷା ଅଗଷ୍ଟ ୨ରୁ ଆରମ୍ଭ ହୋଇ ୧୦ରେ ସରିବ । ଏ ନେଇ ବିସ୍ତୃତ ବିଜ୍ଞପ୍ତି ବିଶ୍ୱବିଦ୍ୟାଳୟର ୱେବସାଇଟ୍ରେ ପ୍ରକାଶ ପାଇଛି ।
ସୂଚନା ମୁତାବିକ, ୟୁଜି ଶେଷବର୍ଷ ଶେଷ ସେମିଷ୍ଟର ପରୀକ୍ଷା ଅଗଷ୍ଟ ୨ରୁ ଆରମ୍ଭ ହେବ। ଏହା ପୂର୍ବରୁ ଜୁଲାଇ ୨୭ ତାରିଖରେ ପ୍ରାକ୍ଟିକାଲ୍ ପରୀକ୍ଷା ଅନୁଷ୍ଠିତ ହେବବ ଯାହା ୨୯ ତାରିଖରେ ଶେଷ ହେବ।
Powered by Froala Editor