ମେଡିକାଲ ଛାତରୁ ଡେଇଁପଡ଼ିଲେ ଯୁବତୀ
ରାୟଗଡ଼ା: ଆତ୍ମହତ୍ୟା ଉଦ୍ୟମ କରୁଥିବା ଲୋକଙ୍କୁ ଡାକ୍ତରଖାନା ଅଣାଯାଉଥିବାବେଳେ ଡାକ୍ତରଖାନା ଛାତରୁ ଯଦି କେହି ଡେଇଁ ଆତ୍ମହତ୍ୟା କରନ୍ତି ତେବେ ତା ଠୁ ବଳି ଅଭାବନୀୟ ଘଟଣା ଆଉ କିଛି ହୋଇନପାରେ । ଡାକ୍ତରଖାନାରେ ଚିକିତ୍ସାଧୀନ ଜଣେ ଯୁବତୀ ମେଡିକାଲ ଛାତରୁ ଡେଇଁ ଆତ୍ମହତ୍ୟା କରିବା ଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଭୋର ତୃତୀୟ ମହଲାରୁ ଡେଇଁ ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି। ଯୁବତୀ ଜଣଙ୍କ କୌଣସି ଏକ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ।
ସୂଚନାନୁଯାୟୀ, ରଜନୀ ମେଲେକା(୨୮) ନାମକ ଜଣେ ଯୁବତୀ କୌଣସି ଏକ ରୋଗରେ ଆକ୍ରାନ୍ତ ହୋଇ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଆଜି ଭୋର ସମୟରେ ସେ ଚିକିତ୍ସାଳୟର ତୃତୀୟ ମହଲାର ବାଥରୁମକୁ ଯାଇ ସେଠାରୁ ତଳକୁ ଡେଇଁ ପଡିଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଛି। ତେବେ ଯୁବତୀଙ୍କ ଆତ୍ମହତ୍ୟାର କାରଣ ଜଣାପଡି ନାହିଁ। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।
Powered by Froala Editor