ଡ. ଏସ୍. ଜୟଶଙ୍କରଙ୍କୁ ଜେଡ୍ ସୁରକ୍ଷା

ଅପରେସନ୍ ସିନ୍ଦୁର ପରେ ଭାରତ ସରକାର ବୈଦେଶିକ ମନ୍ତ୍ରୀ ଡ. ଏସ୍. ଜୟଶଙ୍କରଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିଛନ୍ତି। କେନ୍ଦ୍ର ସରକାର ତାଙ୍କୁ ଜେଡ୍ ଶ୍ରେଣୀ ସୁରକ୍ଷା ପ୍ରଦାନ କରି ତାଙ୍କ କାଫିଲାରେ ଏକ ନୂଆ ଅତ୍ୟାଧୁନିକ ବୁଲେଟପ୍ରୁଫ୍ ଗାଡ଼ି ଯୋଡ଼ିଛନ୍ତି।
ନୂଆ ବୁଲେଟପ୍ରୁଫ୍ ଗାଡ଼ି ଅତ୍ୟାଧୁନିକ ସୁରକ୍ଷା ବୈଶିଷ୍ଟ୍ୟରେ ସଜ୍ଜିତ, ଯାହା ମନ୍ତ୍ରୀଙ୍କୁ ଉଚ୍ଚସ୍ତରୀୟ ସୁରକ୍ଷା ଯୋଗାଇବ। ସୁରକ୍ଷା ଏଜେନ୍ସିମାନେ ମନ୍ତ୍ରୀଙ୍କ ଗତିବିଧି ଉପରେ ନଜର ରଖିଛନ୍ତି । କାଫିଲାରେ ଅଧିକ ସଶସ୍ତ୍ର କର୍ମୀ ମୁତୟନ କରାଯାଇଛି। ଏହି ନିଷ୍ପତ୍ତି ଦେଶର ବୈଦେଶିକ ନୀତିରେ ଜୟଶଙ୍କରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦୃଷ୍ଟିରେ ରଖି ନିଆଯାଇଛି।
ନିକଟରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଏବଂ ଅପରେସନ୍ ସିନ୍ଦୁର ପରେ ହୋଇଥିବା ବିପଦ ମୂଲ୍ୟାଙ୍କନ ଆଧାରରେ ଏହି ପଦକ୍ଷେପ ନିଆଯାଇଛି। ଏହି ପରିପ୍ରେକ୍ଷୀରେ ଜୟଶଙ୍କରଙ୍କ ସୁରକ୍ଷାକୁ ଅଧିକ ସୁଦୃଢ଼ କରାଯାଇଛି।
Powered by Froala Editor