ସାମ୍ବାରେ ପୁଣି ଦେଖାଗଲା ଡ୍ରୋନ୍

ଜମ୍ମୁକାଶ୍ମୀରରେ ପୁଣି ଶୁଭିଲା ବିସ୍ଫୋରଣର ପ୍ରଚଣ୍ଡ ଶବ୍ଦ । ସାମ୍ବାରେ ପାକିସ୍ତାନ ପଟୁ ଡ୍ରୋନ୍ ଉଡ଼ିଥିବା ସୂଚନା ଆସିଛି । ତେବେ ସବୁ ଡ୍ରୋନକୁ ନଷ୍ଟ କଲା ଭାରତୀୟ ଏୟାର ଡିଫେନ୍ସ । ପ୍ରଥମ ପର୍ଯ୍ଯାୟ ଡ୍ରୋନ ପରେ ଆଉ ଆସିନଥିବା ସୂଚନା । ସାମ୍ବାରେ ପାକିସ୍ତାନୀ ଡ୍ରୋନ୍ ମାଡ଼ କରାଯାଇଥିବା ନେଇ ଆଶଙ୍କା କରାଯାଉଥିବା ବେଳେ ପୁରା ସହରକୁ ବ୍ଲାକଆଉଟ୍ କରାଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣର କିଛି ସମୟ ପରେ ଏହି ଘଟଣା ଦେଖାଯାଇଛି । ଏହି ସମୟର ଫଟୋ ଏବଂ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ନାଲି ରଙ୍ଗର ଧାର ଦେଖାଯାଉଥିବା ବେଳେ ଶବ୍ଦ ମଧ୍ୟ ହୋଇଥିବା ଜଣାପଡିଛି ।
ଡ୍ରୋନ ଦେଖାଯିବା ପରେ ସାମ୍ବାକୁ ବ୍ଲାକ ଆଉଟ୍ କରାଗଲା । ସାମ୍ବା ସେକ୍ଟରରେ ବହୁତ କମ୍ ସଂଖ୍ୟକ ଡ୍ରୋନ୍ ଆସିଛି ଏବଂ ପରେ ଆଉ ଆସିନି । ତେଣୁ ଭୟଭୀତ ହେବାର କିଛି ନାହିଁ ବୋଲି ସେନା ସୂତ୍ରରୁ କୁହାଯାଇଛି ।
ସେପଟେ ଭାରତ-ପାକିସ୍ତାନ ଭିତରେ ଡିଜିଏମଓ ସ୍ତରୀୟ ବୈଠକ ହୋଇଥିଲା । ଏଥିରେ ସୀମାରେ ଗୋଟିଏ ବି ଗୁଳି ଫୁଟିବନି କି ଗୋଟିଏ ବି ଗୁଳିର ଶବ୍ଦ ବି ଶୁଭାଯିବନି ବୋଲି ଭାରତ-ପାକିସ୍ତାନ ଡିଜିଏମଓ ସ୍ତରୀୟ ବୈଠକରେ ବଡ଼ ନିଷ୍ପତ୍ତି ହୋଇଛି । ଆକ୍ରମଣାତ୍ମକ କିମ୍ବା ଶତ୍ରୁତାପୂର୍ଣ୍ଣ ଆକ୍ସନ ନନେବା ସହ ସୀମାରୁ ଦୁଇ ଦେଶ ସୈନ୍ୟ ସଂଖ୍ୟା ହ୍ରାସ କରିବାକୁ ମଧ୍ୟ ବୈଠକରେ ସହମତି ହୋଇଛି । ତେବେ ଅସ୍ତ୍ରବିରତି ପରେ ସାମ୍ବାରେ ଡ୍ରୋନ ଦେଖା ଦେବା ପାକିସ୍ତାନର ଦୋମୁହାଁ ନୀତିକୁ ଦର୍ଶାଉଛି ।
Powered by Froala Editor