କିଟ୍ ଛାତ୍ରୀ ମୃତ୍ୟୁ ମାମଲା: ଉଦବେଗ ପ୍ରକାଶ କଲେ ନେପାଳ ବୈଦେଶିକ ମନ୍ତ୍ରୀ

ଭୁବନେଶ୍ଵର: କିଟ୍ ବିଶ୍ଵବିଦ୍ୟାଳୟରେ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା । ଉଦବେଗ ପ୍ରକାଶ କଲେ ନେପାଳ ବୈଦେଶିକ ମନ୍ତ୍ରୀ ଆରଜୁ ରାଣା ଦେଉବା। ଘଟଣାର ସତ୍ୟାସତ୍ୟ ଯାଞ୍ଚ ନେଇ ସେ ସୋସିଆଲ ମିଡିଆଲ ଏକ୍ସରେ ପୋଷ୍ଟ କରିଛନ୍ତି । ସେ କହିଛନ୍ତି ଏହି ଘଟଣା ଆମକୁ ଗଭୀର ଦୁଃଖ ଦେଇଛି। ଏହି ଘଟଣାର ତଦନ୍ତ ପାଇଁ କୂଟନୈତିକ ପଦକ୍ଷେପ ଆରମ୍ଭ କରିଛୁ। ଏ ନେଇ ଭାରତ ସରକାର ଏବଂ ଓଡିଶା ସରକାରଙ୍କ ସହ ଆଲୋଚନା ଜାରି ରହିଛି।
ଗୁରୁବାର କିଟ୍ ବିଶ୍ଵବିଦ୍ୟାଳୟରେ ଜଣେ ନେପାଳୀ ଛାତ୍ରୀଙ୍କର ସନ୍ଦେହଜନଭାବେ ମୃତ୍ୟୁ ହୋଇଛି । ମୃତ ଛାତ୍ରୀ ପ୍ରୀଶା ସାହା କମ୍ପ୍ୟୁଟର ସାଇନ୍ସର ପ୍ରଥମ ବ୍ୟାଚ୍ ବୋଲି ଜଣାପଡିଛି। ତାଙ୍କ ଘର ନେପାଳର ବୀରଗଞ୍ଜ ଅଞ୍ଚଳରେ । ସେ ୪ ନମ୍ବର ଛାତ୍ରୀ ନିବାସରେ ରହୁଥିଲେ । ତାଙ୍କର ମୃତ ଦେହକୁ ହଷ୍ଟେଲ ଭିତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ଏହା ହତ୍ୟା ନା ଆତ୍ମହତ୍ୟା ନା ଅନ୍ୟ କୌଣସି କାରଣରୁ ମୃତ୍ୟୁ ତାହା ପୁଲିସ ତଦନ୍ତ କରୁଛି । ଇନଫୋସିଟି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରୁଛି । ଗତ କିଛିଦିନ ତଳେ ପୁରୁଷ ବନ୍ଧୁଙ୍କ ଉତ୍ପୀଡନରେ ଜଣେ ନେପାଳୀ ଛାତ୍ରୀ ଆତ୍ମହତ୍ୟା କରିଥିଲେ । ଏହାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା ।
Powered by Froala Editor