୧୩ରୁ ପୁଣି ଆରମ୍ଭ ହେବ ଡିଏଲ୍ ଟେଷ୍ଟିଂ
ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତିରେ ସୁଧାର ଆସିବା ପରେ ପୁଣି ଥରେ ଡିଏଲ୍ ଟେଷ୍ଟିଂ ଆରମ୍ଭ ହେବ । ଏନେଇ ସରକାର ଅନୁମତି ଦେଇଛନ୍ତି । ପରିବହନ କମିଶନ ଅରୁଣ ବୋଥ୍ରା ଏନେଇ ବିଜ୍ଞପ୍ତି ଜାରି କରିଛନ୍ତି । ଜୁଲାଇ ୧୩ ତାରିଖରୁ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟିଂ ନେଇ ଅନୁମତି ଦିଆଯାଇଛି ।
ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ବାଲେଶ୍ୱର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଏବଂ ନୟାଗଡ଼ ଜିଲ୍ଲାରେ ୧୩ ତାରିଖରୁ ଏହି ଟେଷ୍ଟିଂ ଆରମ୍ଭ ହେବ । କିନ୍ତୁ ପୁରୀରେ ୧୪ ତାରିଖରୁ ଏହି ଟେଷ୍ଟିଂ ଆରମ୍ଭ କରାଯିବ । ୧୨ ତାରିଖରେ ପୁରୀରେ ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବାରୁ ଡିଏଲ୍ ଟେଷ୍ଟିଂକୁ ସ୍ଥଗିତ ରଖାଯାଇଛି । ଅନ୍ୟ ଜିଲ୍ଲାଗୁଡ଼ିକରେ ଟେଷ୍ଟିଂ ପାଇଁ ୧୦ ଜୁଲାଇ ସକାଳ ୧୧ ଟାରୁ ସ୍ଳଟ୍ ବୁକିଂ ଆରମ୍ଭ ହେବ । ପୁରୀରେ ୧୩ ଜୁଲାଇ ଦିନ ୧୧ଟାରୁ ଆରମ୍ଭ ହେବ ସ୍ଳଟ୍ ବୁକିଂ ।
ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ପରେ ଏପ୍ରିଲ୍ ୨୦ରୁ ଡିଏଲ୍ ଏବଂ ଏଲ୍ଏଲ୍ ଟେଷ୍ଟିଂକୁ ବାତିଲ କରାଯାଇଥିଲା । ଏବେ ସଂକ୍ରମଣ ହ୍ରାସ ପାଇବା ପରେ ପୁଣି ଥରେ ଡିଏଲ୍ ଟେଷ୍ଟିଂ ପାଇଁ ଅନୁମତି ପ୍ରଦାନ କରିଛନ୍ତି ରାଜ୍ୟ ସରକାର ।
Powered by Froala Editor