ସ୍ତ୍ରୀକୁ ହତ୍ୟା ପରେ ବକ୍ସ ଖଟରେ ଲୁଚାଇ ରଖିଥିଲା ସଇତାନ ସ୍ୱାମୀ
ଝରିଗାଁ : ସ୍ତ୍ରୀକୁ ହତ୍ୟା ପରେ ବକ୍ସ ଖଟରେ ଲୁଚାଇ ରଖିଥିଲା ସ୍ୱାମୀ । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଚନ୍ଦାହାଣ୍ଡି ଥାନା ହଳଦୀ ଗାଁରେ ଘଟିଛି । ସଇତାନ ସ୍ୱାମୀ ନିଜ ସ୍ତ୍ରୀକୁ ହତ୍ୟା କରିବା ପରେ ବକ୍ସ ଖଟ ଭିତରେ ଲୁଚାଇ ତାଲା ପକାଇ ରଖିଥିଲା । ୨ ଦିନ ପରେ ସନ୍ଦେହ ହେବାରୁ ବାପଘର ଲୋକେ ପହଞ୍ଚିଥିଲେ । ଘର ତାଲା ଭାଙ୍ଗି ଖୋଜାଖୋଜି ପରେ ଖଟ ଭିତରୁ ମୃତଦେହ ଉଦ୍ଧାର କରାଯାଇଛି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରୁଛି ।
Powered by Froala Editor