ଆଜି ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧ ଡିଗ୍ରୀ ପାରଦ ରେକର୍ଡ
ଭୁବନେଶ୍ଵର: କିଛି ଦିନର ଆଶ୍ଵସ୍ତି ପରେ ରାଜ୍ୟକୁ ପୁଣି ଫେରିଛି ତାତି। କାଳବୈଶାଖୀ ପ୍ରଭାବରେ ଉପକୂଳ , ଉତ୍ତର ଏବଂ ଦକ୍ଷିଣ ଓଡିଶାରେ ପାରଦ କିଛି ମାତ୍ରାରେ କମିଥିଲା। ପଶ୍ଚିମ ଓଡ଼ିଶାର କେତେକ ସହରରେ ତାପମାତ୍ରା କମିଥିଲେ ବି, ଅନେକ ଅଞ୍ଚଳରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି। ଆଜି ସାଢେ ୧୧ଟା ଝାରସୁଗୁଡାରେ ୪୧ ଡିଗ୍ରୀ ପାରଦ ରେକର୍ଡ ହୋଇଛି। ହୀରାକୁଦରେ ୩୮.୪, ସମ୍ବଲପୁରରେ ୩୮.୨, ରାଉରକେଲାରେ ୩୮ ଡିଗ୍ରୀ ତାପମାତ୍ରା ରହିଛି।
ପାଣିପାଗ ବିଭାଗର ପୂର୍ବାନୁମାନ, ଆଗକୁ ୪ଡିଗ୍ରୀ ପର୍ଯ୍ୟନ୍ତ ଦିନ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ପଶ୍ଚିମ ଓଡ଼ିଶାର ଜିଲାଗୁଡ଼ିକରେ ଆସନ୍ତା ୨୪ ଓ ୨୫ତାରିଖ ବେଳକୁ ତାପମାତ୍ରା ୪୫ଡିଗ୍ରୀ ଟପିବା ସମ୍ଭାବନା ରହିଛି। ଉତ୍ତର, ଦକ୍ଷିଣ ଏବଂ ଉପକୂଳରେ ପାରଦ ୪୦ଡିଗ୍ରୀ ଅତିକ୍ରମ କରିବାର ସମ୍ଭାବନା ଥିବାରୁ ରାଜ୍ୟକୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ମାଡ଼ି ଆସୁଛି।
Powered by Froala Editor