ଜୁଲାଇ ୧୧ ରାତି ୮ଟାରୁ କର୍ଫ୍ୟୁ ଜାରି
ପୁରୀ: ଆଉ ୨ ଦିନ ପରେ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା । ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ଏହାରି ଭିତରେ ରଥଯାତ୍ରାକୁ ସୁରୁଖୁରରେ କରିବା ପାଇଁ କଟକଣା ଜାରି କରାଯାଇଛି । ଜୁଲାଇ ୧୧ ତାରିଖ ରାତି ଆଠଟାରୁ ସହରରେ ରଥଯାତ୍ରା ପୂର୍ବରୁ କର୍ଫ୍ୟୁ ଜାରି ରହିବ । ଏହି କଟକଟା ଜୁଲାଇ ୧୩ ତାରିଖ ରାତି ୮ଟା ଯାଏ ବଳବତ୍ତର ରହିବ । ଏହି ପୃଷ୍ଠଭୂମିରେ ପୁରୀବାସୀଙ୍କ ସୁବିଧା ନିମନ୍ତେ ଚଳିତ ସପ୍ତାହର ଦୁଇଦିନିଆ ସପ୍ତାହାନ୍ତ ଲକ୍ ଡାଉନ ଆଦେଶରୁ ରାଜ୍ୟ ସରକାର ଶନିବାର ଦିନକୁ ବାଦ ଦେଇଛନ୍ତି ।
ପୁରୀ ସହରବାସୀଙ୍କ ଦୈନନ୍ଦିନ ବଜାର ସଉଦା ତଥା ଅନ୍ୟ କାର୍ୟ୍ୟ ନିମନ୍ତେ ଶନିବାର ଲକ୍ଡାଉନ କୋହଳ ବେଶ ସହାୟକ ହେବ ବୋଲି ଜିଲ୍ଲା ପ୍ରଶାସନ ଏକ ବିଜ୍ଞପ୍ତି ଜାରି କରିଛି । ଉପଜିଲ୍ଲପାଳ ଭବତାରଣ ସାହୁ ଏହି ମର୍ମରେ ଏକ ନୋଟିସ ଜାରି କରିଛନ୍ତି । ଚଳିତ ସପ୍ତାହର ସପ୍ତାହାନ୍ତ ଲକ୍ଡାଉନ ଶନିବାର ଦିନ ହେବ ନାହିଁ ବୋଲି ଏହି ବିଜ୍ଞପ୍ତିରେ ସହରବାସୀଙ୍କୁ ସୂଚୀତ କରାଯାଇଛି ।
Powered by Froala Editor