ବାଲିପାଟଣା ଗୁଳିକାଣ୍ଡ ଘଟଣା, ୩ ଗିରଫ
ଭୁବନେଶ୍ବର: ରାଜଧାନୀ ଉପକଣ୍ଠ ବାଲିପାଟଣା ଅଞ୍ଚଳରେ ଘଟିଥିବା ଗୁଳିକାଣ୍ଡ ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦୀପ୍ତି ମହାପାତ୍ର ଅନ୍ୟ ଏକ ପରିବାରକୁ ଫସାଇବାକୁ ଷଡ଼ଯନ୍ତ୍ର କରି ନିଜେ ନିଜକୁ ଗୁଳି କରିଥିଲା ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ତେଣୁ ଦୀପ୍ତି ସମେତ ତା’କୁ ବନ୍ଧୁକ ଯୋଗାଇଥିବା ୨ ସହଯୋଗୀଙ୍କୁ ପୁଲିସ ଗିରଫ କରିଛି। ଅଭିଯୁକ୍ତଠାରୁ ଏକ ୯ ଏମଏମ ବନ୍ଧୁକ ପୁଲିସ ଜବତ କରିଛି। ଏ ନେଇ ଭୁବନେଶ୍ଵର ଡିସିପି ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଦୀପ୍ତି ୨୦୨୪ରେ ଏକ ଦୁଷ୍କର୍ମ ମାମଲାରେ ଜେଲ ଯାଇଥିଲା। ଜେଲରୁ ଫେରିବା ପରେ ଦୁଷ୍କର୍ମ ପୀଡ଼ିତା ପରିବାରକୁ ଫସାଇବା ଲାଗି ଷଡ଼ଯନ୍ତ୍ର କରିଥିଲା। ଷଡ଼ଯନ୍ତ୍ର ଅନୁସାରେ ଦୀପ୍ତି ନିଜକୁ ନିଜେ ଗୁଳି କରିଥିଲା। ପରେ ନିଜେ ଯାଇ ଥାନାରେ ଅଭିଯୋଗ କରିଥିଲା। ପୁଲିସକୁ ମିଛ କାହାଣୀ ଶୁଣାଇ କହିଥିଲା ଯେ ଦୁଇ ଜଣ ଯୁବକ ବାଇକରେ ଆସି ତା’କୁ ଗୁଳି କରି ଫେରାର ହୋଇଯାଇଥିଲେ। ପୁଲିସ ଘଟଣାର ତଦନ୍ତ କରିବା ପରେ ପ୍ରକୃତ ସତ୍ୟ ପଦାକୁ ଆସିଥିଲା।
Powered by Froala Editor