ମର୍ମନ୍ତୁଦ ଦୁର୍ଘଟଣା, ଦୁଇ ବାଇକ୍ ଆରୋହୀ ମୃତ
ବଲାଙ୍ଗୀର: ବଲାଙ୍ଗୀର-ଟିଟଲାଗଡ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗଛରେ ପିଟି ହୋଇ ଦୁଇ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏନଏଚ୍ ୨୬ ମଠଖାଇ ପାହାଡ ନିକଟରେ ଏଭଳି ଅଘଟଣ ଘଟିଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ। ଖବର ପାଇ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
Powered by Froala Editor