ମହୁମାଛି ଆକ୍ରମଣରେ ୨୦ରୁ ଅଧିକ ଆହତ
ଗଜପତି: ଠାକୁର ଦର୍ଶନ ପାଇଁ ଯାଇଥିବାବେଳେ ଅଘଟଣ। ଗଜପତି ଜିଲ୍ଲା ମୋହନ ଥାନା ଚନ୍ଦ୍ରଗିରି ଶିବ ମନ୍ଦିରରେ ଅଭାବନୀୟ ଘଟଣା ଘଟିଛି। ଆଜି ମହାବିଷୁବ ସଂକ୍ରାନ୍ତି ଥିବାରୁ କିଛି ଲୋକ ଚନ୍ଦ୍ରଗିରି ଶିବ ମନ୍ଦିରକୁ ଦର୍ଶନ ଲାଗି ଯାଇଥିଲେ। ଏତିକି ବେଳେ ମନ୍ଦିର ନିକଟରେ ଥିବା ଏକ ଗଛରୁ ଆସି ବାଘୁଆ ମହୁମାଛି ଭକ୍ତ ମାନଙ୍କୁ ଆକ୍ରମଣ କରିଥିଲେ। ମହୁମାଛି ଆକ୍ରମଣରେ ପ୍ରାୟ ୨୦ରୁ ଅଧିକ ଭକ୍ତ ଆହତ ହୋଇଛନ୍ତି । ଗୁରୁତର ମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି କରାଯାଇଛି।
Powered by Froala Editor