ଦାଦାର କଟା ମୁଣ୍ଡ ଧରି ଥାନାରେ ପୁତୁରା
କେନ୍ଦୁଝରଗଡ : କେନ୍ଦୁଝର ଜିଲ୍ଲା ସଦର ଥାନା ଶୁଆକାଠି ଫାଣ୍ଡି ଅନ୍ତର୍ଗତ ତଳକଇଁସାରି ଗାଁରେ ଅଭାବନୀୟ ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ପାରିବାରିକ କଳହକୁ କେନ୍ଦ୍ର କରି ପୁତୁରା କବି ଦେହୁରୀ ନିଜ ଦାଦାକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି। ମୃତକ ହରି ଦେହୁରୀ ବୋଲି ଜଣାପଡିଛି।ହତ୍ୟା କରିବା ପରେ ଦାଦା ମୁଣ୍ଡକୁ ଧରି ଫାଣ୍ଡିରେ ହାଜର ହୋଇଛି ପୁତୁରା। ପୁତୁରାକୁ ପୁଲିସ ଗିରଫ କରିଥିବା ବେଳେ ଘଟଣାସ୍ଥଳରେ ସଦର ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Powered by Froala Editor