ନବଜାତ ଶିଶୁପୁତ୍ରକୁ ବିକ୍ରି ଘଟଣା: ଭଦ୍ରା ଗାଁରୁ ଉଦ୍ଧାର ହେଲା ଶିଶୁ ପୁତ୍ର
ବଲାଙ୍ଗୀର : ଗରିବୀ ପାଇଁ ନବଜାତ ଶିଶୁପୁତ୍ରକୁ ବିକ୍ରି ଘଟଣାରେ ସଇଁନ୍ତଲା ଭଦ୍ରା ଗାଁରୁ ଉଦ୍ଧାର ହୋଇଛି ବିକ୍ରି ଶିଶୁ । ଘଟଣା ବିଷୟରେ ଜଣାପଡିବା ପରେ ପ୍ରଶାସନ ଖୋଳତାଡ କରି ବିକ୍ରି ହୋଇଥିବା ଶିଶୁ ପୁତ୍ରକୁ ଉଦ୍ଧାର କରିଛି । ଶିଶୁକୁ ଉଦ୍ଧାର ପରେ ‘ସା’ କେନ୍ଦ୍ରରେ ରଖାଯାଇଛି। ଉକ୍ତ ଶିଶୁର ମାଆ ଗତ ୬ ତାରିଖରେ ଭୀମଭୋଇ ମେଡିକାଲରେ ପ୍ରସବ କରିଥିଲେ ।
ସୂଚନାନୁଯାୟୀ, ଭୀମଭୋଇ ମେଡିକାଲ୍ରୁ ଡିସ୍ଚାର୍ଜ ହେବା ପରେ ଛୁଆକୁ ମାଆ ୫ ହଜାର ଟଙ୍କାରେ ବିକ୍ରି କରି ଦେଇଥିଲା। ଶିଶୁପୁତ୍ରର ମାଆ ପିଙ୍କି ଦାସ ବଲାଙ୍ଗୀର ସହର ମାଲପଡା ମେଟାକାନୀ ମନ୍ଦିର ନିକଟରେ ରୁହନ୍ତି। ଦାରିଦ୍ର୍ୟ ପାଇଁ ଶିଶୁର ଦେଖାଶୁଣାରେ ସମସ୍ୟା ହେବ ବୋଲି ସେ ନିଜ ଛୁଆକୁ ବିକ୍ରି କରି ଦେଇଥିବା ସ୍ୱୀକାର କରିଥିଲେ। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।
Powered by Froala Editor