ଆଜି ମହାପ୍ରଭୁଙ୍କ ଦୟଣା ଚୋରି ନୀତି
ପୁରୀ : ଚୈତ୍ର ମାସ ଶୁକ୍ଳ ପକ୍ଷ ତ୍ରୟୋଦଶୀ ତିଥିରେ ଆଜି ମହାପ୍ରଭୁଙ୍କ ଦୟଣା ଚୋରି ନୀତି ହେବ। ଏହି ନୀତି ଜଗନ୍ନାଥ ବଲ୍ଲଭରେ ସମ୍ପନ୍ନ କରାଯିବ। ଏଥିରେ ମହାପ୍ରଭୁ ଦୟଣା ଚୋରି କରିବେ। ଏହା ମହାପ୍ରଭୁଙ୍କ ଦ୍ବାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ। ୧୧ ତାରିଖ ଅର୍ଥାତ ଶୁକ୍ରବାର ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦମନକ ଚତୁର୍ଦଶୀ ନୀତି ହେବ। ଗୁରୁତ୍ବପୂର୍ଣ୍ଣ ନୀତିକାନ୍ତିକୁ ଦୃଷ୍ଟିରେ ରଖି ଚଳିତ ମାସ ୧୦ ଓ ୧୧ରେ ରତ୍ନଭଣ୍ଡାର ମରାମତି ତଥା ସଂରକ୍ଷଣ କାର୍ଯ୍ୟ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
Powered by Froala Editor