ଧରାପଡିଲେ ୯ ସାଇବର ଠକ, ହେଲେ ଗିରଫ
ରାଉରକେଲା : ରାଉରକେଲା ପୁଲିସକୁ ମିଳିଛି ଏକ ବଡ ସଫଳତା । ବୁଧବାର ପୁଲିସ ହାତରେ ଧରାପଡିଛନ୍ତି ବଡ ସାଇବର ଠକେଇ ଗ୍ୟାଙ୍ଗ୍। ଓଡିଶା-ଛତିଶଗଡରୁ ଗ୍ୟାଙ୍ଗ୍ର ୯ ଜଣଙ୍କୁ ପୁଲିସ ଗିରଫ କରିଛି । ଏମାନେ ଦେଶ ଓ ଦେଶ ବାହାରେ ମଧ୍ୟ ସାଇବର ଠକେଇ କରୁଥିଲେ । ୟୁଏଇରେ ସାଇବର ଠକେଇର ମାଷ୍ଟରମାଇଣ୍ଡ୍ ଲୁଚି ବସିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ରାଉକେଲାରେ ୨ଟି ଅଫିସ୍ କରି ଲୋକଙ୍କୁ ଏମାନେ ଚୂନ ଲଗାଉଥିଲେ । ସେମାନଙ୍କ ନିକଟରୁ ୩୧ ମୋବାଇଲ୍, ୫ ଲାପ୍ଟପ୍, ୭୮ ବ୍ୟାଙ୍କ ଏଟିଏମ କାର୍ଡ, ପାସ୍ବୁକ୍, ସିମ୍ କାର୍ଡ, ପେନ୍ ଡ୍ରାଇଭ୍, ୨ଟି ଗାଡି ଜବତ ହୋଇଛି । ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରୁ ୧ କୋଟି ୪୧ ଲକ୍ଷ ଟଙ୍କା ଜବତ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ନାଁରେ ବିଭିନ୍ନ ସ୍ଥାନରେ ପ୍ରାୟ ୨୭ଟି ମାମଲା ରହିଛି । ଏନେଇ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟଙ୍କ ପକ୍ଷରୁ ସୂଚନା ମିଳିଛି । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।
Powered by Froala Editor