ବଜାରରେ ବଡ଼ ହ୍ରାସ, କମିଲା ସୁନା ଦର

କୋଭିଡ୍ ପରେ ଦୁଇ ଦିନ ଧରି ଆମେରିକୀୟ ଏବଂ ଏସୀୟ ବଜାରରେ ବଡ଼ ହ୍ରାସ ଦେଖାଦେଇଛି । GIF ନିଫ୍ଟି ପ୍ରାୟ 900 ପଏଣ୍ଟ ହ୍ରାସ ପାଇଛି, ନିଫ୍ଟି 906 ପଏଣ୍ଟ ହ୍ରାସ ପାଇ 21998 ରେ କାରବାର କରିଛି । ଗୋଟିଏ ସମୟରେ, GIFT ନିଫ୍ଟି 1,000 ପଏଣ୍ଟରୁ ଅଧିକ ହ୍ରାସ ପାଇଛି । ଯେତେବେଳେ ସେନସେକ୍ସ ୨୭୯୦ରୁ ତଳକୁ ୭୨୫୭୪ରେ ପହଞ୍ଚିଛି ।
ଏହା ସୁନା ଏବଂ ରୂପାର ମୂଲ୍ୟକୁ ପ୍ରଭାବିତ କରୁଛି । ସୁନା 90,600 ଉପରେ କାରବାର କରୁଛି, ଏହା ପ୍ରାୟ 700 ଟଙ୍କା ଶସ୍ତା ହୋଇଛି । ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୮୭,୯୯୧ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୯୦,୩୮୦ ଟଙ୍କା ରହିଛି । ଭୁବନେଶ୍ବରରେ ମଧ୍ୟ ସୁନା ରୂପା ଦର ହ୍ରାସ ପାଇଛି । ରୂପା କେଜି ପ୍ରତି ୮୮,୬୯୮ ରହିଛି ।
Powered by Froala Editor