ଦିଲ୍ଲୀରେ ବାଣ ପ୍ରତିବନ୍ଧକକୁ ଉଠାଇବାକୁ ମନା କଲେ ସୁପ୍ରିମକୋର୍ଟ

ଦିଲ୍ଲୀ-ଏନସିଆରରେ ବର୍ଷସାରା ବାଣ ବ୍ୟବହାର ଉପରେ ନିଷେଧ ଲଗାଇବା ପାଇଁ ସୁପ୍ରିମକୋର୍ଟ ତାଙ୍କ ଆଦେଶକୁ ପରିବର୍ତ୍ତନ କରିବାକୁ ମନା କରିଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ଏଠାରେ ବାୟୁ ପ୍ରଦୂଷଣ ଦୀର୍ଘ ସମୟ ଧରି ବିପଜ୍ଜନକ ସ୍ତରରେ ରହିଛି । ମାମଲାର ଶୁଣାଣି ସମୟରେ ବିଚାରପତି ଅଭୟ ଏସ୍ ଓକା ଏବଂ ଉଜ୍ଜଳ ଭୁଇଆଁଙ୍କ ଖଣ୍ଡପୀଠ କହିଛନ୍ତି ଯେ, ରାସ୍ତାରେ କାମ କରୁଥିବା ଲୋକମାନେ ପ୍ରଦୂଷଣ ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହୁଅନ୍ତି । ସମସ୍ତଙ୍କର ପାଖରେ ଘରେ କିମ୍ବା କାର୍ଯ୍ୟସ୍ଥଳରେ ଏୟାର ପ୍ୟୁରିଫାୟର୍ ଲଗାଇବାର ସୁବିଧା ନାହିଁ ।
ଆତସବାଜି ଉତ୍ପାଦନ କରୁଥିବା କମ୍ପାନୀଗୁଡ଼ିକ କହିଥିଲେ ଯେ ସେମାନେ ଗୁଣବତ୍ତା ଉନ୍ନତ କରିବା ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି। ପୁରୁଣା କ୍ରାକର ତୁଳନାରେ ସବୁଜ କ୍ରାକର ପ୍ରତିଶତ କମ୍ ପ୍ରଦୂଷଣ ସୃଷ୍ଟି କରେ କିନ୍ତୁ ବିଚାରପତି ଅଭୟ ଏସ୍ ଓକା ଏବଂ ଉଜ୍ଜ୍ୱଳ ଭୂୟାଁଙ୍କ ଖଣ୍ଡପୀଠ ଏହି ଯୁକ୍ତିରେ ବିଶ୍ୱାସ କରିପାରି ନଥିଲେ। ସେ କହିଥିଲେ ଯେ ଯେତେବେଳେ କମ୍ପାନୀଗୁଡ଼ିକ ଅଧିକ ଗବେଷଣା କରନ୍ତି। ଯେତେବେଳେ ସେମାନେ ବାଣ ଦ୍ୱାରା ହେଉଥିବା ପ୍ରଦୂଷଣକୁ ସର୍ବନିମ୍ନ ସ୍ତରକୁ ହ୍ରାସ କରିବାରେ ସଫଳ ହୁଅନ୍ତି ସେତେବେଳେ ଯାଇ ଏକ ଆବେଦନ ଦାଖଲ କରନ୍ତୁ।
ସୁପ୍ରିମକୋର୍ଟ କହିଛନ୍ତି, ‘ଗତ ଛଅ ମାସରେ, ଏହି କୋର୍ଟ ଅନେକ ନିର୍ଦ୍ଦେଶ ଦେଇଛନ୍ତି ଯାହା ଦର୍ଶାଉଛି ଯେ ଦିଲ୍ଲୀରେ ବାୟୁ ପ୍ରଦୂଷଣର ସ୍ଥିତି ବହୁତ ଖରାପ ରହିଛି ।’ ସମ୍ବିଧାନର ଧାରା ୨୧ ଅନୁଯାୟୀ ସ୍ୱାସ୍ଥ୍ୟ ଅଧିକାର ପ୍ରତ୍ୟେକ ନାଗରିକଙ୍କର ଅଧିକାର, ଯେଉଁଥିରେ ଏକ ସ୍ୱଚ୍ଛ ଏବଂ ପ୍ରଦୂଷଣମୁକ୍ତ ପରିବେଶରେ ବଞ୍ଚିବାର ଅଧିକାର ମଧ୍ୟ ଅନ୍ତର୍ଭୁକ୍ତ । କୋର୍ଟଙ୍କ ଅନୁଯାୟୀ, ଦିଲ୍ଲୀରେ ଚାଲିଥିବା ଅସାଧାରଣ ପରିସ୍ଥିତି ଯୋଗୁଁ, ବାଣ ଉପରେ ପ୍ରତିବନ୍ଧକ ଲଗାଇବା ସମ୍ପୂର୍ଣ୍ଣ ଜରୁରୀ ।
Powered by Froala Editor