କଂଗ୍ରେସର ୧୨ ବିଧାୟକ ନିଲମ୍ବିତ ପରେ ହଙ୍ଗାମା : ବିଧାନସଭା ଚାରିପାଖେ ବିଏସ୍ଏସ୍ ୧୬୩ ଧାରା ଲାଗୁ
ବିଧାନସଭାରୁ ନିଲମ୍ବିତ ହୋଇଛନ୍ତି କଂଗ୍ରେସର ୧୨ ଜଣ ବିଧାୟକ। ଗୃହ ଭିତରେ ବିଶୃଙ୍ଖଳିତ ଆଚରଣ ପାଇଁ ୧୨ଜଣ ବିଧାୟକଙ୍କୁ ୭ ଦିନ ପାଇଁ ନିଲମ୍ବିତ କରାଯାଇଛି । ବାଚସ୍ପତିଙ୍କ ପ୍ରତି ଅସମ୍ମାନ, ବିଧାନସଭାରେ ଅଶୋଭନୀୟ ଆଚରଣ ଓ ବିଧାନସଭାର ନିୟମ ଉଲ୍ଲଘଂନ ପାଇଁ କଂଗ୍ରେସ ସଦସ୍ୟ ରାମଚନ୍ଦ୍ର କାଡାମ, ରାଜନ ଏକ୍କା, ଦାଶରଥୀ ଗମାଙ୍ଗ, ଅଶୋକ ଦାସ, ସତ୍ୟଜିତ ଗମାଙ୍ଗ, ସାଗର ଦାସ, କାଡ୍ରାକା ଆପଲ ସ୍ବାମୀ, ପ୍ରଫୁଲ୍ଲ ପ୍ରଧାନ, ପବିତ୍ର ସାଉଁତା, ସୋଫିଆ ଫିର୍ଦ୍ଦୋସ, ମଙ୍ଗୁ ଖିଲ ଓ ନୀଳମାଧବ ହିକକାଙ୍କୁ ନିଲମ୍ବନ କରାଯାଇଛି।
ତେବେ ନିଲମ୍ବନ ପରେ ବାଚସ୍ପତିଙ୍କ ପୋଡିୟମ ତଳେ କଂଗ୍ରେସ ବିଧାୟକ ପ୍ରତିବାଦ କରିଥିଲେ। ନିଲମ୍ବିତ ବିଧାୟକମାନେ ବାଚସ୍ପତିଙ୍କ ପୋଡ଼ିୟମ ତଳକୁ ଯାଇ ଘଣ୍ଟ ବଜାଇଥିଲେ। ଶେଷରେ ବାଚସ୍ପତି ଗୃହକୁ ମୁଲତବି ରଖିଥିଲେ। ଏହି ଘଟଣା ନେଇ ବିଧାନସଭା ଆଗରେ କଂଗ୍ରେସ କର୍ମୀ ଓ ପୁଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖାଯାଇଥିଲା।
ସୁରକ୍ଷାକର୍ମୀମାନେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସହ ୫ଜଣ ନେତାଙ୍କୁ ଅଟକାଇ ଥିଲେ। କଂଗ୍ରେସ କର୍ମୀମାନେ ବିଧାନସଭାକୁ ପ୍ରବେଶ ଉଦ୍ୟମ ବେଳେ ଠେଲାପେଲା ହୋଇଥିଲା। ଧସ୍ତାଧସ୍ତି ପରେ ବିଧାନସଭା ବାହାରେ କଂଗ୍ରେସ କର୍ମୀମାନେ ଧାରଣାରେ ବସିଥିଲେ। ଧାରଣାରତ କଂଗ୍ରେସକର୍ମୀଙ୍କୁ ପୁଲିସ ଉଠାଇଛି। କିନ୍ତୁ କଂଗ୍ରେସର ବରିଷ୍ଠ କର୍ମୀମାନେ ନିଜ ଦଳର ବିଧାୟକମାନଙ୍କୁ ଭେଟିବାକୁ ଚାହୁଁଥିବା ବେଳେ ସେମାନଙ୍କୁ ପୁଲିସ ଆଗକୁ ଯିବା ପାଇଁ ଅନୁମତି ଦେଉନାହିଁ।
ଏହି ଘଟଣା ନେଇ ବିଧାନସଭା ଆଗରେ କଂଗ୍ରେସ କର୍ମୀ ଓ ପୁଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖାଯାଇଥିଲା। ଅନ୍ୟପଟରେ ବିଧାନସଭା ଚାରିପାଖରେ ବିଏନ୍ଏସ୍ ୧୬୩ ଧାରା ଲାଗୁ କରାଯାଇଛି।
Powered by Froala Editor