ଏସ୍ସିବିରେ ଲାଗିବ ୯ ଏକ୍ମୋ ମେସିନ, ଅଗଷ୍ଟ ୧୫ରୁ ହେବ କାର୍ଯ୍ୟକ୍ଷମ
କଟକ ଏସସିବି ମେଡିକାଲରେ ୯ଟି ଏକମୋ ମେସିନ୍ ଲାଗିବ ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ଏହି ୯ଟି ଏକ୍ମୋ ମେସିନ୍ ମଧ୍ୟରୁ ୬ଟିକୁ ରାଜ୍ୟ ସରକାରଙ୍କ ପାଣ୍ଠିରୁ କିଣାଯିବ । ବାକି ୩ଟି ମେସିନ୍ ସିଏସ୍ଆର୍ ପାଣ୍ଠିରୁ କିଣାଯିବ ବୋଲି ଏସିଏସ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ।
ସେ ଆହୁରି କହିଛନ୍ତି, ଏକମୋ ପରିଚାଳନା ପାଇଁ ଆବଶ୍ୟକ ବିଶେଷଜ୍ଞ ଚୟନ ସରିଛି। ସେମାନଙ୍କୁ ଟ୍ରେନିଂ ଦେବାକୁ କୋଲକାତା ପଠାଯିବ। ଜୁଲାଇ ୩୧ ସୁଦ୍ଧା ଟ୍ରେନିଂ ସରିବ। ଅଗଷ୍ଟ ୧୫ ତାରିଖରୁ ଏକମୋ କାର୍ଯ୍ୟକ୍ଷମ ହେବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ଏକମୋ ଚିକିତ୍ସା ପାଇଁ ସୁବିଧା ନଥିବାରୁ ଗୁରୁତର ରୋଗୀଙ୍କୁ ରାଜ୍ୟ ବାହାରକୁ ସ୍ଥାନାନ୍ତର କରିବାକୁ ପଡୁଥିଲା । ଏଥିପାଇଁ ରୋଗୀଙ୍କ ସମ୍ପର୍କୀୟଙ୍କ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା । ଏବେ ଏସସିବିରେ ଏହି ମେସିନ ଲାଗିବା ପରେ ଏକମୋ ଚିକିତ୍ସା ଦରକାର କରୁଥିବା ଗୁରୁତର ରୋଗୀଙ୍କୁ ଆଉ ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାହିଁ ।
Powered by Froala Editor