ପୃଥିବୀକୁ ଫେରୁଛନ୍ତି ସୁନୀତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର

ଦୀର୍ଘ ୯ ମାସର ପ୍ରତୀକ୍ଷା ପରେ ପୃଥିବୀକୁ ଫେରୁଛନ୍ତି ସୁନୀତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର। ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସ୍ଏସ୍)କୁ ବାୟ ବାୟ କହି ପୃଥିବୀ ଆଡ଼କୁ ମୁହାଁଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁନୀତାଙ୍କୁ ଚିଠି ଲେଖିଛନ୍ତି। ସୁନୀତା ମଙ୍ଗଳବାର ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS) ରୁ ପୃଥିବୀକୁ ପ୍ରତ୍ୟାବର୍ତନ ଯାତ୍ରା ଆରମ୍ଭ କରିଥିବା ବେଳେ ତାଙ୍କୁ ଭାରତ ଗସ୍ତ ପାଇଁ ନିମନ୍ତ୍ରଣ କରିଛନ୍ତି ପ୍ରଧାନମନ୍ତ୍ରୀ।
ମହାକାଶଚାରୀମାନଙ୍କର ପ୍ରତ୍ୟାବର୍ତ୍ତନ ଯାତ୍ରା ୧୮ ମାର୍ଚ୍ଚ, ୨୦୨୫ରେ ଆରମ୍ଭ ହୋଇଛି। ମହାକାଶଚାରୀମାନେ ସୁଟ୍ ପିନ୍ଧି ପ୍ରବେଶ କରିବା ସମୟରେ ସେମାନଙ୍କର ଯାତ୍ରା ଆରମ୍ଭ କରିଥିଲେ ଏବଂ ଫେରିବା ପୂର୍ବରୁ ସେମାନେ ମହାକାଶକୁ ବିଦାୟ ଦେଇଛନ୍ତି।
ୱିଲିୟମ୍ସ ଏବଂ ୱିଲମୋର ୫ ଜୁନ୍ ୨୦୨୪ରେ ବୋଇଂର ଷ୍ଟାରଲାଇନର୍ ମହାକାଶଯାନର ପ୍ରଥମ କ୍ରୁ ପରୀକ୍ଷଣ ଉଡ଼ାଣର ଅଂଶ ଭାବରେ ମହାକାଶ ଯାତ୍ରା କରିଥିଲେ। ଦୀର୍ଘ ୯ ମାସ ପରେ ମହାକାଶରୁ ଫେରିବେ ମହାକାଶ ବିଜ୍ଞାନୀ ସୁନୀତା ୱିଲିଅମ୍ସ ଓ ବୁଚ୍ ୱିଲମୋର ।
Powered by Froala Editor