ସୁନା ଚୋରାଚାଲାଣ ; ବିମାନବନ୍ଦରରୁ ଗିରଫ ହେଲେ କନ୍ନଡ ଅଭିନେତ୍ରୀ

ବିମାନବନ୍ଦରରୁ ଗିରଫ ହେଲେ ଆଇପିଏସଙ୍କ ଝିଅ ତଥା କନ୍ନଡ ସିନେ ଅଭିନେତ୍ରୀ ରାନ୍ୟା ରାଓ । କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ତାଙ୍କୁ ଗିରଫ କରିଛି ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ। ତାଙ୍କ ନିକଟରୁ ୧୪.୮ କେଜି ସୁନା ଜବତ ହୋଇଛି।
ବର୍ତ୍ତମାନ କର୍ଣ୍ଣାଟକ ରାଜ୍ୟ ପୁଲିସ ହାଉସିଂ କର୍ପୋରେସନରେ ଡିଜିପି ଭାବରେ କାର୍ଯ୍ୟରତ ବରିଷ୍ଠ ଆଇପିଏସ ଅଧିକାରୀ କେ.ରାମଚନ୍ଦ୍ର ରାଓଙ୍କ ଝିଅ ହେଉଛନ୍ତି ରାନ୍ୟା । ରାନ୍ୟା ଦୁବାଇରୁ ବିମାନରେ ଭାରତ ଆସିଥିଲେ। ସେ ଦୁବାଇରୁ ସୁନା ଚୋରାଚାଲାଣ କରୁଥିଲେ ବୋଲି ପ୍ରାଥିମକ ତଦନ୍ତରୁ ଜଣାପଡିଛି । ପୁଲିସ ରାନ୍ୟାଙ୍କ ବାରମ୍ବାର ବିଦେଶ ଗସ୍ତ କାରଣରୁ ସନ୍ଦେହ କରି ସୁଯୋଗ ପାଇବା ମାତ୍ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।
ଅଭିନେତ୍ରୀଙ୍କ ନିକଟରୁ ସୁନା ଜବତ ହେବା ପରେ ସାରା ରାଜ୍ୟରେ ହଇଚଇ ଖେଳିଯାଇଛି। ଏତେ ପରିମାଣର ସୁନା ସେ କାହିଁକି ଆଣୁଥିଲେ , ଏହା କାହା ଉଦ୍ଦେଶ୍ୟରେ ଆସୁଥିଲା ତାହାର ତଦନ୍ତ ଜାରି ରଖିଛି ଡିଆରଆଇ। ଗିରଫ ହେବା ପରେ ରାନ୍ୟାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହେପାଜତକୁ ପଠାଯାଇଛି।
ଗତ ୧୫ ଦିନ ମଧ୍ୟରେ ରାନ୍ୟା ୪ ଥର ଦୁବାଇ ଯାଇଥିଲେ। ଏହି ଗସ୍ତ ନେଇ ସେ ଡିଆରଆଇ ସ୍କାନରରେ ଆସିଥିଲେ। ପୋଲିସ ତାଙ୍କ ଉପରେ ସନ୍ଦେହ କରିଥିଲା ଏବଂ ସୁଯୋଗ ପାଇବା ମାତ୍ରେ ଅଭିନେତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।
Powered by Froala Editor