ମୋ ବସରେ ନିଆଁ, ଝରକା ଦେଇ ଡେଇଁଲେ ଯାତ୍ରୀ
କଟକ ଜଗତପୁର ଥାନା ଅଧୀନସ୍ଥ ବିରୂପା ବ୍ୟାରେଜ ନିକଟରେ ମୋ ବସ୍ରେ ଅଚାନକ ନିଆଁ ଲାଗିଯାଇଥିଲା । ଅଘଟଣ ପରେ ସମସ୍ତ ଯାତ୍ରୀ ବସ ଭିତରୁ ବାହାରି ଆସିଥିବାବେଳେ ସେମାନେ ଏକ ବଡ଼ ବିପଦରୁ ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡ଼ିଛି।
ଏପଟେ ସେହି ସମୟରେ ବସ୍ରେ ସେନ୍ସର ଗେଟରେ ଲକ୍ ପଡିଯାଇ ଆଉ ଖୋଲିନଥିଲା । ଫଳରେ ବସ୍ ଭିତରେ ଥିବା ସମସ୍ତ ଯାତ୍ରୀ ଅଣ ନିଃଶ୍ୱାସୀ ହୋଇପଡ଼ିଥିଲେ । ପରେ ଯାତ୍ରୀମାନେ ସୌଭାଗ୍ୟବଶତଃ ଝରକା ବାଟେ ସୁରକ୍ଷିତ ବାହାରିଥିଲେ । ବସ୍ରୁ ପ୍ରବଳ ପରିମାଣର ଧୂଆଁ ବାହାରୁଥିଲେ ମଧ୍ୟ ଯାତ୍ରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଡ଼ ଅଘଟଣ ପୂର୍ବରୁ ଏହାକୁ ଏଡାଇ ଦିଆଯାଇ ପାରିଛି ।
ସୂଚନା ଅନୁସାରେ ଆଗ୍ରାହାଟରୁ ବାହାରି ମୋ ବସ କଟକ ଆସୁଥିବାବେଳେ ଜଗତପୁର ଥାନା ବିରୂପା ବ୍ୟାରେଜ ନିକଟରେ ଅଚାନକ ନିଆଁ ଲାଗି ଯାଇଥିଲା। ହଠାତ ଗାଡ଼ିରେ ପ୍ରଚଣ୍ଡ ଶବ୍ଦ ହୋଇ ଧୂଆଁ ବାହାରିଥିଲା। ସେନସର ଗେଟ୍ ନ ଖୋଲିବାରୁ ଯାତ୍ରୀମାନେ ଝରକାବାଟେ ବାହାରିଥିଲେ।
Powered by Froala Editor