ହାଇମାଷ୍ଟ ଲାଇଟ ଲଗାଇବା ନାଁରେ ଟଙ୍କା ଆତ୍ମସାତ, ୨ ଭାଇ ଗିରଫ
ଭୁବନେଶ୍ବର: ସରକାରୀ ଅର୍ଥ ଆତ୍ମସାତ କରିବା ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତଦ୍ବୟ ହେଲେ ନୂଆପଡ଼ା ଜିଲା ଘୁଚାଗୁଡ଼ା ପିଇଓ ସତ୍ୟବ୍ରତ ବରାଳ ଏବଂ ତାଙ୍କ ଭାଇ ଉତ୍ତମ ବରାଳ। ଉଭୟଙ୍କୁ ଦୁର୍ନୀତି ନିବାରଣ ବିଭାଗ ବା ଭିଜିଲାନ୍ସ ଟିମ ଗିରଫ କରିଛି। ହାଇମାଷ୍ଟ ଲାଇଟ ଲଗାଇବା ନାଁରେ ଟଙ୍କା ଆତ୍ମସାତ ହୋଇଛି। ହେଲେ କୌଣସି ଲାଇଟ ଲଗାଯାଇ ନାହିଁ। ୨୦୨୪-୨୫ରେ ଏ ବାବଦରେ ୭ ଲକ୍ଷ ୨୦ ହଜାର ଟଙ୍କାକୁ ଦୁଇ ଭାଇ ହଡ଼ପ କରିଛନ୍ତି।
Powered by Froala Editor