ଆଜି ସନ୍ଧ୍ୟାରୁ କ୍ଷେତ୍ର ପରିଦର୍ଶନ କରିବ କେନ୍ଦ୍ରୀୟ ଟିମ
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କାହିଁକି କମୁନାହିଁ ବୋଲି ସ୍ଥିତି ଅନୁଧ୍ୟାନ କରିବାକୁ ଆସିଥିବା କେନ୍ଦ୍ରୀୟ ଟିମ ଆଜି ସନ୍ଧ୍ୟାରୁ କ୍ଷେତ୍ର ପରିଦର୍ଶନ କରିବ ବୋଲି ଜଣାଯାଇଛି । କୋଭିଡ ସ୍ଥିତି ନେଇ ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକଙ୍କ ସହ କେନ୍ଦ୍ରୀୟ ଟିମର ବୈଠକ ପରେ ଏହା ଜଣାପଡ଼ିଛି ।
ବୈଠକ ପରେ ଦୁଇ ଜଣିଆ କେନ୍ଦ୍ରୀୟ ଟିମ ମୁଖ୍ୟ ଡା.ଶିବାନୀ ଦତ୍ତ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ, କୋଭିଡ ପରିଚାଳନା ଓ କଣ୍ଟେନମେଣ୍ଟ ଜୋନ ଆଦି ନେଇ ଆଲୋଚନା ହେଲା । ଆଜି ସନ୍ଧ୍ୟାରେ ସମ କୋଭିଡ ଓ ସରକାରୀ ହସ୍ପିଟାଲ ଅନୁଧ୍ୟାନ କରିବୁ । ଆସନ୍ତାକାଲି ପୁରୀ, ଜଗତସିଂହପୁର ଗସ୍ତ କରାଯିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ୭ ଦିନ ଧରି କ୍ଷେତ୍ର ପରିଦର୍ଶନ କରିବୁ । ପ୍ରତିଦିନ ସନ୍ଧ୍ୟାରେ କେନ୍ଦ୍ର ସରକାରଙ୍କୁ ଭର୍ଚୁଆଲ ମୋଡରେ ରିପୋର୍ଟ ଦେବୁ । କାହିଁକି ସଂକ୍ରମଣ ପ୍ଲାଟୁ୍ୟ ଷ୍ଟେଡରେ ରହୁଛି ଏବଂ ମୃତୁ୍ୟ ସଂଖ୍ୟା କାହିଁକି କମୁ ନାହିଁ ତାହାର ଅନୁଧ୍ୟାନ କରାଯିବ । ଟ୍ରେଟମେଣ୍ଟ, ଟ୍ରେସିଂ ଓ ଟିକାକରଣର ଅଗ୍ରଗତି ଦେଖିବୁ ବୋଲି ଡା.ଶିବାନୀ ଦତ୍ତ କହିଛନ୍ତି ।
ଅନ୍ୟପକ୍ଷରେ କେନ୍ଦ୍ରୀୟ ଟିମ ଆଗରେ ସବୁ ତଥ୍ୟ ରଖିଛୁ ବୋଲି ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ କହିଛନ୍ତି । ସେ କହିଛନ୍ତି ଯେ, କେନ୍ଦ୍ରୀୟ ଟିମର ଅନୁଧ୍ୟାନ ଆରମ୍ଭ ହୋଇଛି । କିଛି ପରାମର୍ଶ ଦେଇପାରନ୍ତି ବୋଲି ସେ କହିଛନ୍ତି ।
Powered by Froala Editor