ନବ ଦାସଙ୍କ ତଦନ୍ତ ନିରପେକ୍ଷ ହେବା ଦରକାର: ଦୀପାଳି
ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟା ପ୍ରସଙ୍ଗରେ ଝିଅ ଦୀପାଳି ଦାସ ପ୍ରତିକ୍ରିୟା ରଖି କହିଛନ୍ତି ଯେ ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି। ଏ ସଂକ୍ରାନ୍ତରେ ପରିବାରରେ ଆଲୋଚନା ଚାଲିଛି ଏବଂ ବାପାଙ୍କ ହତ୍ୟାର ସିବିଆଇ ତଦନ୍ତ ପାଇଁ ଲେଖିକି ଜଣାଇବୁ। ତଦନ୍ତକୁ ଆଗକୁ ବଢ଼ାଇବା ପାଇଁ ଆମ ତରଫରୁ ସବୁ ପ୍ରକାର ସହଯୋଗ କରିବୁ। ସିବିଆଇ ତଦନ୍ତରୁ ପ୍ରକୃତ ସତ ସାମ୍ନାକୁ ଆସିବ। ତେଣୁ ବାପା ନବ ଦାସଙ୍କ ତଦନ୍ତ ନିରପେକ୍ଷ ହେବା ଦରକାର ବୋଲି ଦୀପାଳି ପ୍ରକାଶ କରିଛନ୍ତି।
Powered by Froala Editor