ଫସଲ ବୀମା ସହାୟତା ରାଶି ବଢିଲା
ବର୍ଷର ପ୍ରଥମ କ୍ୟାବିନେଟ ବୈଠକରେ କେନ୍ଦ୍ର ସରକାର ଚାଷୀଙ୍କ ସହ ଜଡ଼ିତ ଅନେକ ପ୍ରମୁଖ ନିଷ୍ପତ୍ତି ନେଇଛନ୍ତି। ସାରା ଦେଶରେ ଚାଷ ଓ ଚାଷୀଙ୍କୁ ପ୍ରୋତ୍ସାହିତ ପାଇଁ ସହାୟତା ପ୍ରଦାନ କରିବାକୁ ବ୍ୟବସ୍ଥା ହୋଇଛି। ୨୦୨୫ର ପ୍ରଥମ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଚାଷୀଙ୍କ ବୀମା ରାଶି ୬୯ ହଜାର ୫୧୫ କୋଟି ଟଙ୍କାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୨୦୨୫ର ପ୍ରଥମ କ୍ୟାବିନେଟ ବୈଠକ ପରେ, ପ୍ରେସମିଟରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।
ମୋଦି ସରକାରଙ୍କ କ୍ୟାବିନେଟ ବୈଠକ ନୂଆବର୍ଷର ପ୍ରଥମ ଦିନରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସରକାର ଚାଷୀଙ୍କ ସହ ଜଡିତ ଅନେକ ପ୍ରମୁଖ ନିଷ୍ପତ୍ତି ନେଇଥିଲେ। ଡିଏପି ସାର ଉତ୍ପାଦନ କରୁଥିବା କମ୍ପାନିଗୁଡିକ ପାଇଁ ସରକାର ଏକ ସ୍ୱତନ୍ତ୍ର ପ୍ୟାକେଜ୍ ଅନୁମୋଦନ କରିଛନ୍ତି। ସବସିଡି ବ୍ୟତୀତ ସରକାର କମ୍ପାନିମାନଙ୍କୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିବେ।
ଡିଏପି ସାର ଉପରେ ୩,୮୫୦ କୋଟି ଟଙ୍କା ଅତିରିକ୍ତ ସବସିଡି ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିରେ କୃଷକମାନଙ୍କୁ ପୂର୍ବଭଳି ୧,୩୫୦ ଟଙ୍କାରେ ୫୦ କିଲୋଗ୍ରାମର ଡିଏପି ସାର ବସ୍ତା ମିଳିବ।
Powered by Froala Editor