ଶ୍ରମିକଙ୍କୁ ପିଟି ପିଟି ହତ୍ୟା କଲେ ଦୁର୍ବୃତ୍ତ
କଟକ: କଟକ ଜିଲ୍ଲା ବାରଙ୍ଗ ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ଶ୍ରମିକଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ଶ୍ରମିକ ଜଣକ ଏକ ବିଲ୍ଡର ସଂସ୍ଥାରେ କାମ କରୁଥିଲେ। ମଙ୍ଗଳବାର ରାତିରେ କିଛି ଦୁର୍ବୁତ୍ତ ତାଙ୍କୁ ମରଣାନ୍ତକ ଭାବେ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ମୃତକ କେନ୍ଦ୍ରାପଡା ଜିଲ୍ଲାର ତୁଫାନୀ ସାମଲ ବୋଲି ଜଣାପଡିଛି। ସେପଟେ ଘଟଣାକୁ ନେଇ ମୃତକଙ୍କ ପରିବାର ଲୋକ ବାରଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି।
Powered by Froala Editor