ବିଜେପି କର୍ମୀଙ୍କୁ ହତ୍ୟା
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁରରେ ମାଓ ଆତଙ୍କ ଦେଖିବାକୁ ମିଳିଛି। ପୁଲିସ ଇନଫର୍ମର ସନ୍ଦେହରେ ଜଣେ ବିଜେପି କର୍ମୀଙ୍କୁ ମାଓବାଦୀମାନେ ହତ୍ୟା କରିଥିବା ସୂଚନା ମିଳିଛି। ଛତିଶଗଡ ପୁଟୁର ଥାନା ଅନ୍ତର୍ଗତ ସମନପଲ୍ଲୀ ଗାଁ ନିକଟରେ ବିଜେପି କର୍ମୀ ମଣ୍ଡେରାମ ପୁଡୁଆମୀଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ଏହି ଘଟଣା ପରେ ପୁଲିସ ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ଘଟଣାସ୍ଥଳରୁ ମାଓ ପୋଷ୍ଟର ମଧ୍ୟ ଉଦ୍ଧାର କରାଯାଇଛି।
Powered by Froala Editor