ରାଜସ୍ଥାନରୁ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଧମକ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ ଦିଆଯାଇଛି। ଶନିବାର ମୁମ୍ବାଇ ପୁଲିସକୁ ହ୍ୱାଟ୍ସଆପ୍ ଜରିଆରେ କେହି ଦୁର୍ବୃତ୍ତ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବା ନେଇ ଏକ ବାର୍ତ୍ତା ପଠାଇଥିବା ଜଣାପଡ଼ିଛି। ଦୁର୍ବୃତ୍ତ ନିଜକୁ ISIS ଆତଙ୍କୀ ବୋଲି ଦାବି କରିଛି।
ଅନୁସନ୍ଧାନରୁ ଜଣାପଡିଛି ଯେ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବାର ଧମକ ବାର୍ତ୍ତା ରାଜସ୍ଥାନର ଅଜମେରରୁ ପଠାଯାଇଛି। ଏହି ବାର୍ତ୍ତା ପଠାଇଥିବା ସନ୍ଦିଗ୍ଧଙ୍କ ସନ୍ଧାନରେ ଅଜମେରକୁ ଏକ ପୁଲିସ ଟିମ ପଠାଯାଇଛି।
ଦୁଇଜଣ ଆଇଏସଆଇ ଏଜେଣ୍ଟ ତଥା ପିଏମ ମୋଦିଙ୍କୁ ଟାର୍ଗେଟ କରିବା ପାଇଁ ବୋମା ବିସ୍ଫୋରଣ ପାଇଁ ଷଡଯନ୍ତ୍ର ରଚିଛି। ଅନୁସନ୍ଧାନକାରୀମାନେ ସନ୍ଦେହ କରୁଛନ୍ତି ଯେ ବାର୍ତ୍ତା ପ୍ରେରକ ମାନସିକ ସ୍ତରରେ ବିକୃତ ବ୍ୟକ୍ତି କିମ୍ବା ମଦ୍ୟପାନ କରି ଏହି ବାର୍ତ୍ତା ପଠାଇଥାଇ ପାରନ୍ତି। ପୁଲିସ ଏ ବାବଦରେ ତୁରନ୍ତ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ପ୍ରାଥମିକ ତଦନ୍ତ ଭାବେ ପୁଲିସ ସାଇବର ସେଲ୍ ଜରିଆରେ ମେସେଜ୍ ଆସିଥିବା ନମ୍ବରର ଲୋକେସନ ଟ୍ରାକ୍ କରିବାରେ ସଫଳ ହୋଇଛି। ନମ୍ବରଟିର ଲୋକେସନ ରାଜସ୍ଥାନର ଆଜମେର ବୋଲି ଜଣାପଡିବା ପରେ ତୁରନ୍ତ ପୁଲିସ ଟିମ୍ ଘଟଣାସ୍ଥଳ ଅଭିମୁଖେ ବାହାରିଛି।
Powered by Froala Editor