ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍ ୱେରେ ଦୁର୍ଘଟଣା : ୮ ଜଣଙ୍କ ମୃତ୍ୟୁ
ଉତ୍ତରପ୍ରଦେଶର କନୌଜଠାରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ୪୦ ଜଣଙ୍କୁ ନେଇ ଯାଉଥିବା ଗୋଟିଏ ସ୍ଲିପର କୋଚ ବସ୍ ଓ ଟ୍ରକ ମଧ୍ୟରେ ହୋଇଛି ଧକ୍କା। ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍ ୱେରେ ଘଟିଥିବା ଏହି ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ଏହି ଦୁର୍ଘଟଣାରେ ଏକାଧିକ ଲୋକ ଆହତ ହେଇଥିବା ନେଇ ଖବର ଆସିଛି ।
ବସରେ ୪୦ ଜଣ ଯାତ୍ରୀ ଥିଲେ, ତେବେ ଦୁର୍ଘଟଣାରେ ୮ ଜଣ ଲୋକ ମୃତ୍ୟୁବରଣ କରିଥିବା କୁହାଯାଉଛି । ତେବେ ଏହି ସମୟରେ ୟୁପିର ଜଳଶକ୍ତି ମନ୍ତ୍ରୀ ସ୍ୱତନ୍ତ୍ର ଦେବ ସିଂହ ଯାଉଥିବାବେଳେ, ହଠାତ୍ ଅଟକି ଯାଇଥିଲେ । ଆଉ ଲୋକଙ୍କୁ ଉଦ୍ଧାର କରିବାରେ ସାହାଯ୍ୟ କରିଛନ୍ତି।
ଶୁକ୍ରବାର ଭୋର ସମୟରେ ବସ୍ଟି ୪୦ ଜଣଙ୍କୁ ନେଇ ଲକ୍ଷ୍ନୌରୁ ଦିଲ୍ଲୀ ଯାଉଥିଲା। ହେଲେ ଏକ୍ସପ୍ରେସ ୱେରେ ଘଟିଥିଲା ଅଘଟଣା। ବସ୍ଟି ଗୋଟିଏ ଟ୍ରକ ସହ ଫୁଲ ସ୍ପିଡରେ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ଏବେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି।
Powered by Froala Editor