ମନ୍ତ୍ରୀଙ୍କ ଚାଞ୍ଚଲ୍ୟକର ତଥ୍ୟ ପ୍ରଦାନ, ୨ ବର୍ଷରେ ୫ ଲକ୍ଷ ଲୋକଙ୍କୁ କାମୁଡ଼ିଛି କୁକୁର
ଭୁବନେଶ୍ୱର: ରାଜ୍ୟରେ ଗତ ୨ ବର୍ଷରେ ୫ ଲକ୍ଷରୁ ଅଧିକ ଲୋକଙ୍କୁ କୁକୁର କାମୁଡ଼ିଲାଣି । ଆଜି ବିଧାନସଭାରେ ପ୍ରାଣୀ ସମ୍ପଦ ମନ୍ତ୍ରୀ ଏଭଳି ଚାଞ୍ଚଲ୍ୟକର ତଥ୍ୟ ପ୍ରଦାନ କରିଛନ୍ତି । ଏବେ ବି ରାଜ୍ୟରେ ୧୭ ଲକ୍ଷ ବୁଲା କୁକୁର ଅଛନ୍ତି । କାମୁଡ଼ା କୁକୁରଙ୍କ ଉପଦ୍ରବ ବଢ଼ିଛି । ୮ଟି ସହରାଞ୍ଚଳରେ ୪୬୦୫ କୁକୁରଙ୍କ ବନ୍ଧ୍ୟାକରଣ କରାଯାଇଛି । ୧୦ ମାସରେ ୨ ଲକ୍ଷ ୪୩ ହଜାର ୫୬୫ ଜଣଙ୍କୁ କୁକୁର କାମୁଡ଼ିଛି । ଗତ ବର୍ଷ ୨ ଲକ୍ଷ ୬୦ ହଜାର ଲୋକ କୁକୁର କାମୁଡ଼ାର ଶିକାର ହୋଇଥିଲେ ବୋଲି ଆଜି ବିଧାନସଭାରେ ପ୍ରାଣୀ ସମ୍ପଦ ମନ୍ତ୍ରୀ ତଥ୍ୟ ପ୍ରଦାନ କରିଛନ୍ତି ।
Powered by Froala Editor