ପଦଯାତ୍ରାରେ କେଜ୍ରିୱାଲଙ୍କ ଉପରେ ଆକ୍ରମଣ
ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଆମ୍ ଆଦମୀ ପାର୍ଟୀର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ଆକ୍ରମଣ ହୋଇଛି । ଶନିବାର ତାଙ୍କ ଉପରେ କେହି ଜଣେ ତରଳ ପଦାର୍ଥ ଫିଙ୍ଗିଛନ୍ତି। ହେଲେ ସୌଭାଗ୍ୟବଶତଃ ସେ ଏହି ଆକ୍ରମଣରୁ ବର୍ତ୍ତି ଯାଇଛନ୍ତି। ଏହି ସମୟରେ କେଜ୍ରିଓ୍ବାଲଙ୍କ ସହ ଉପସ୍ଥିତ ଲୋକେ ଅଭିଯୁକ୍ତଙ୍କୁ କାବୁ କରି ପୋଲିସକୁ ହସ୍ତାନ୍ତର କରିଛନ୍ତି। ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା କରୁଛି।
ଏହି ଘଟଣା ସେତେବେଳେ ଘଟିଛି, ଯେଉଁ ସମୟରେ ବିଧାନସଭା ନିର୍ବାଚନକୁ ନେଇ କେଜ୍ରିୱାଲ ଲଗାତାର ଲୋକମାନଙ୍କୁ ଭେଟୁଛନ୍ତି । ଭିଡିଓ ଫୁଟେଜରେ ଦେଖିବାକୁ ମିଳୁଛି ଯେ, ସୁରକ୍ଷାକର୍ମୀ ଏହି ସନ୍ଦିଗ୍ଧଙ୍କୁ ଆୟତ୍ତ କରିଛନ୍ତି ।
କେଜ୍ରିୱାଲ ଶନିବାର ସନ୍ଧ୍ୟାରେ ଦିଲ୍ଲୀର ଗ୍ରେଟର କୈଳାଶରେ ପଦଯାତ୍ରାରେ ବାହାରିଥିଲେ। ଏହି ସମୟରେ ତାଙ୍କ ସହ ବହୁତ ସମର୍ଥକ ଉପସ୍ଥିତ ଥିଲେ। କେଜ୍ରିୱାଲ ଲୋକଙ୍କ ସହ ହାତ ମିଳାଇ ଆଗକୁ ଚାଲିଥିଲେ। ହେଲେ ଜଣେ ଯୁବକ ଭେଟିବାର ବାହାନା କରି ଆସି ତାଙ୍କ ଉପରକୁ ତରଳ ପଦାର୍ଥ ଫିଙ୍ଗିଥିଲେ। ପରେ କେଜ୍ରିୱାଲ ନିଜେ ଅଭିଯୁକ୍ତଙ୍କୁ ଛଡ଼ାଇ ପୋଲିସର ଜିମା ଦେଇଥିଲେ।
ଆପ୍ କହିଛି ଯେ, ଏହି ଆକ୍ରମଣ ଦିଲ୍ଲୀର ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି। ଦିଲ୍ଲୀରେ ଗୁଣ୍ଡାଙ୍କ ପ୍ରାର୍ଦୁଭାବ ବଢ଼ୁଛି। ଦେଶର ରାଜଧାନୀରେ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ସୁରକ୍ଷିତ ନାହାନ୍ତି ତେବେ ସାଧାରଣ ଲୋକଙ୍କ ଅବସ୍ଥା କ’ଣ ହେବ।
Powered by Froala Editor